ଦଶହରା ପୂଜା ସହିତ ସିଂହଵାହିନୀ ଙ୍କ ଉତ୍ସବ ଉଦଯାପିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା) :କୋରନା ମହାମାରୀ ଭଳି ପରିସ୍ଥିତି ରେ କୋଭିଡ ଆଇନ ଅନୁଯାୟୀ ମା’ ଦୁର୍ଗାଙ୍କ ପୂଜା ଉତ୍ସବ ଵିଭିନ୍ନ ସ୍ଥାନରେ ଉଦଯାପିତ ହୋଇଯାଇଛି। ଭଣ୍ଡାରିପୋଖରୀ ବ୍ଲକ ଅଂଚଳର ସରସଦା, ପାଟୁଳି, ମଂଜୁରୀରୋଡ ସମେତ ନିର୍ଗୁଣ୍ଡି ଠାରେ ଅନୁଷ୍ଠିତ ହୋଇଥିଵା ପୂଜା ଆଜି ଶେଷ ହୋଇଛି । ଭଣ୍ଡାରିପୋଖରୀ ଥାନା ସାମ୍ନାରେ ଗତ ଷଷ୍ଠୀ ଠାରୁ ମାଙ୍କ ଵେଲ୍ଵ ବରଣୀ ସହିତ ପୂଜା ଆରମ୍ଭ ହୋଇଥିବା ବେଳେ ସପ୍ତମୀ ପୂଜା, ଅଷ୍ଟମୀ ରେ ଵିହିତ ସନ୍ଧୀ ପୂଜା, ନବମୀ ଵିହିତ କାଳୀ ପୂଜା ଅନୁଷ୍ଠିତ ହୋଇଥିଲା। ଆଜି ଦଶହରା ରେ ଦୁର୍ଗତୀନାଶିନୀଙ୍କ ଵିହିତ ପୂଜା ସହିତ ଦେଵ ଭୋଜନ ପରେ ମା ଦୁର୍ଗାଙ୍କୁ ଵିସର୍ଜନ ଦିଆଯାଇଛି। ପୂଜକ ନରନାରାୟଣ ମିଶ୍ର, ସୁରେନ୍ଦ୍ର ଦାଶ ପୂଜା କାର୍ଯ୍ୟ ନିର୍ବାହ କରିଥିଵାଵେଳେ ସନ୍ତୋଷ ନାୟକ ସଂକଳ୍ପ କର୍ତା ଭାବେ ଦାଇତ୍ଵ ନୀର୍ଵାହ କରିଥିଲେ।ପୂଜା ଉତ୍ସବ କୁ ଶଶିଧର ସାହୁ, ଗଗାଂଧର ପଣ୍ଡା, ମହେନ୍ଦ୍ର ସାହୁ, ପ୍ରତାପ ସାମଲ, ହରମୋନ ପରିଡା ପ୍ରମୁଖ ପରିଚାଳନା କରିଥିଲେ। ସେହିଭଳି କୋଭିଡ ଆଇନ ଅନୁଯାୟୀ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ମା ଙ୍କ ଵାର୍ଷିକ ଉତ୍ସବ ଵୈଦିକ ଵିଧି ଅନୁଯାୟୀ ଶେଷ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ