ଦଶ ଚକିଆ ଟ୍ରକ ଚୋରୀ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତ ଭାତକରୁଆ ଗ୍ରାମର ରବିନ୍ଦ୍ର କୁମାର ଖୁଣ୍ଟିଆଙ୍କ ଏକ ଦଶ ଚକିଆ ଟ୍ରକ ଶୁଆକାଠି ନିକଟସ୍ଥ ତେନ୍ତୁଲି ପାର୍କିଂ ନିକଟରୁ ଚୋରୀ ହୋଇଯାଇଥିବା ନେଇ ରବିନ୍ଦ୍ର ଶୁଆକାଠି ଫାଣ୍ଡିରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ଗତ ୧୭/୯/୨୦୨୨ରେ ତେନ୍ତୁଲି ପାର୍କିଂ ନିକଟରେ ତାଙ୍କ ଦଶଚକିଆ ଓଆର୦୪ଏଚ୯୯୩୫ ନମ୍ବର ବିଶିଷ୍ଟ ଟ୍ରକ ଟିକୁ ଗାଡିର ଡ୍ରାଇଭର ମହତାବ ଜତି ସେଠାରେ ରଖି ଘରକୁ ଆସିଥିଲେ । ମାଲ ପରିବହନ ହେଉ ନଥିବାରୁ ସେ ସେଠାରେ ଟ୍ରକଟିକୁ ଛିଡା କରାଇ ନିୟମିତ ଦୁଇ ତିନିଦିନରେ ଥରେ ଯାଇ ଗାଡି ନିକଟରୁ ବୁଲି ଦେଖି ଆସନ୍ତି । କିନ୍ତୁ ଗତ ୧୩ତାରିଖ ଦିନ ଗଲାବେଳକୁ ଟ୍ରକଟି ସେଠାରେ ନଥିଲା । ଅନେକ ଖୋଜାଖୋଜି କରିବାପରେ ମଧ୍ୟ କୌଣସି ସନ୍ଧାନ ନପାଇବାରୁ ସେ ବାଧ୍ୟହୋଇ ଶୁଆକାଠି ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଯଦି କୌଣସି ବ୍ୟକ୍ତି ଟ୍ରକଟିର ସନ୍ଧାନ ପାଆନ୍ତି ତେବେ ୮୯୮୪୦୮୩୨୪୩ ନଚେତ ଶୁଆକାଠି ଫାଣ୍ଡି ପୁଲିସକୁ ଯୋଗାଯୋଗ କରିବାକୁ ସେ ନିବେଦନ କରିଛନ୍ତି ।