ଦାଉ ସାଜିଲା ଲଘୁଚାପ ବର୍ଷା, ଭଙ୍ଗା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଅସହାୟ ବୃଦ୍ଧବୃଦ୍ଧା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଲଘୁଚାପ ବର୍ଷା ଦୁଇ ବୃଦ୍ଧବୃଦ୍ଧାଙ୍କ ପାଇଁ ଦାଉ ସାଜିଛି । ଘରର କାନ୍ଥ ପଡିଯିବା ପରେ ଭଙ୍ଗା ଘରେ ବହୁ କଷ୍ଟରେ ମୁଣ୍ଡ ଗୁଞ୍ଜିଛନ୍ତି । ଏପରି ସମସ୍ୟା ଦେଖାଯାଇଛି ବନ୍ତ ପଞ୍ଚାୟତ ତଥା ବନ୍ତ ଗ୍ରାମର ୯ନଂ.ୱାର୍ଡରେ । ଲଘୁଚାପ ବର୍ଷାରେ ବନ୍ତ ଗ୍ରାମର ପିତାମ୍ବର ନାୟକ(୮୦)ଙ୍କର ଘର ଭାଙ୍ଗି ଯାଇଛି । ଏସଂପର୍କରେ ତହସିଲଦାର ଦାୟୀତ୍ୱରେ ଥିବା ବିଡିଓ ରେବେକା ବିଲୁଙ୍ଗଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହା ମଧ୍ୟରେ ୪ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ବୃଦ୍ଧବୃଦ୍ଧା ଦୁଇ ଜଣ କହିଛନ୍ତି । ବୃଦ୍ଧବୃଦ୍ଧାଙ୍କର କୌଣସି ପୁଅ ନଥିବା ବେଳେ ସେମାନେ ଏକପ୍ରକାର ଅସହାୟ ଅଟନ୍ତି । ଲଘୁଚାପ ବର୍ଷା ଦାଉ ସାଜିବା ଫଳରେ ସେମାନେ ବହୁ କଷ୍ଟରେ କାଳାତିପାତ କରୁଛନ୍ତି । ବ୍ଲକ ତଥା ଜିଲ୍ଲା ପ୍ରଶାସନ ସଂପୃକ୍ତ ବୃଦ୍ଧବୃଦ୍ଧାଙ୍କ ପ୍ରତି ସଦୟ ହୋଇ ସହାୟତା କରିବାକୁ ସେମାନେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ