ଦାଗୀ ନେତାଙ୍କୁ ପ୍ରାର୍ଥୀ କରାଇବାର କାରଣ ଦର୍ଶାଇବେ ରାଜନୈତିକ ଦଳ

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକ ଆପରାଧିକ ପୃଷ୍ଠଭୂମି ଥିବା ନେତାମାନଙ୍କୁ ପ୍ରାର୍ଥୀ ଭାବେ କ’ଣ ପାଇଁ ଚୟନ କରୁଛନ୍ତି। ଏହାର ଉତ୍ତର ଦେବେ ଦେଶର ସମସ୍ତ ରାଜନୈତିକ ଦଳ। ଏ ନେଇ ଗୁରୁବାର କଡ଼ା ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସବୁ ରାଜନୈତିକ ଦଳ ୱେବସାଇଟ୍‌ରେ ଏ ସମ୍ପର୍କିତ ତଥ୍ୟ ଅପଲୋଡ୍‌ କରିବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି।
ଗତ ୪ଟି ଜାତୀୟ ସ୍ତରର ନିର୍ବାଚନରେ ରାଜନୀତିର ଅପରାଧୀକରଣ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି, ଯେଉଁଥିପାଇଁ ସର୍ବୋଚ୍ଚ ଅଦାଲତ ଏହି ନିର୍ଦେଶ ଦେଇଛନ୍ତି। ୪୮ ଘଣ୍ଟା ଭିତରେ ଦଳଗୁଡ଼ିକ ନିଜ ନିଜ ୱେବସାଇଟ ଏବଂ ସୋସିଆଲ ମିଡିଆରେ ଏ ନେଇ ସମ୍ପୂର୍ଣ୍ଣ ବିବରଣୀ ଅପଲୋଡ୍‌ କରିବା ଅନିବାର୍ୟ୍ୟ। ଏହା ସହିତ ଦଳଗୁଡ଼ିକ ୭୨ ଘଣ୍ଟା ଭିତରେ ସବିଶେଷ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବେ।
ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ, ରାଜନୈତିକ ଦଳଗୁଡ଼ିକୁ ଖବରକାଗଜ, ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ନିଜ ୱେବସାଇଟରେ ଆପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କୁ ଚୟନ କରିବାର କାରଣ ଦର୍ଶାଇବା ସହିତ ସେମାନଙ୍କ ପରିଚୟପତ୍ର ଓ ଅପରାଧର ବିବରଣୀ ପ୍ରକାଶ କରିବେ। ଯଦି କୌଣସି ଦଳ ଏହି ଆଦେଶ ପାଳନ କରିବେ ନାହିଁ, ତେବେ କୋର୍ଟଙ୍କ ଆଦେଶର ଅବମାନନା ପାଇଁ ଉତ୍ତରଦାୟୀ ରହିବେ। କୋର୍ଟ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି ଯେ, ଯଦି ରାଜନୈତିକ ଦଳଗୁଡ଼ିକ ଆଦେଶ ପାଳନରେ ବିଫଳ ହୁଅନ୍ତି, ତେବେ ସେ କୋର୍ଟରେ ଅଦାଲତ ଅବମାନନା ପିଟିଶନ ଦାୟର କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ