ଦାଣ୍ଡିଆ ନୃତ୍ୟରେ ଝୁମିଲେ ଦର୍ଶକ
ବ୍ରହ୍ମପୁର, ୫/୧୦(ଅନିଲ କୁମାର): ସଂସ୍କୃତି ଭବନ ପରିସରରେ ଶୁଭ ନବରାତ୍ରି ଅବସରରେ ଅମିତା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦାଣ୍ଡିଆ ନୃତ୍ୟ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ସୁନାମ ଧାରୀ କଣ୍ଠ ଶିଳ୍ପୀ ଜେମ୍ସ ଆଉ ତାଙ୍କ ଟିମ୍ ଯୋଗ ଦେଇ ଦର୍ଶକ ମାନଙ୍କୁ ସଙ୍ଗୀତର ତାଳେ ତାଳେ ଝୁମେଇ ଥିଲେ । ଦାଣ୍ଡିଆ ନାଚରେ ବହୁ ପୁରୁଷ ମହିଳାଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ଶିଶୁ ମାନେ ଦାଣ୍ଡିଆ ପୋଷାକ (ପରମ୍ପରା ଅନୁଯାଇ)ପରିଧାନ କରି ନାଚୁଥିବା ପରିଲକ୍ଷିତ ହୋଇଥିଲା । ସାମ୍ବାଦିକ, ଆଇନଯିବି, ସମାଜ ସେବି ତଥା କଣ୍ଠ ଶିଳ୍ପୀ ସୁଦୀପ ସାହୁ ମଧ୍ୟ ଏଠାରେ ସଙ୍ଗୀତ ପରିବେଷଣ କରିଥିଲେ । ଅମିତାଙ୍କ ସମେତ ଜି. ବିଦ୍ୟାଶ୍ରୀ, ଡ଼. ଦୀପକ ଦାସ, ସମୀର ପ୍ରଧାନ ପ୍ରମୁଖ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତେ ଏଠାରେ ପରସ୍ପରକୁ ନବରାତ୍ରର ଶୁଭେଚ୍ଛା ଜଣାଇ ନାଚ କରୁଥିବା ଦେଖିବାକୁ ମିଳିଥିଲା ।