ଦାଦନ କୁ ୧୦ ହଜାର ଡର

ବିଦେଶ ରେ ରହୁଥିବା ଓଡ଼ିଆଙ୍କୁ ପ୍ରବାସୀର ଭାରତ କାର୍ଯ୍ୟକ୍ରମରେ ସମ୍ମାନିତ କରିସାରିବା ପରେ I ଏବେ ପାଳି ଓଡ଼ିଶା ଛାଡ଼ି ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଓଡିଆଙ୍କ କଥା । ଏମାନଙ୍କୁ ଓଡ଼ିଶା ଫେରାଇ ଆଣି ରାସନ କାଟିବା କାର୍ଯ୍ୟକ୍ରମ ଯୋରସୋର ରେ ଆରମ୍ଭ କରିଦେଇଛନ୍ତି । ଆମର ପ୍ରିୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୋହଦୟ କହିଛନ୍ତି ଯେ ଗ୍ରାମାଞ୍ଚଳ ରେ ରହୁଥିବା ଲୋକ ଯଦି ମାସିକ ୧୦ ହଜାର ଟଙ୍କା ରୋଜଗାର କରନ୍ତି ତେବେ ସେ ରାସନ କାର୍ଡ ରୁ ବଞ୍ଚିତ ହେବ ଏବଂ ସହରା ଅଞ୍ଚଳରେ ୧୫ ହଜର ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ମଧ୍ୟ ରାସନ କାର୍ଡ ପାଇବାରୁ ବଞ୍ଚିତ ହେବ !
ଏଠାରେ କଥା ଉଠୁଛି ବିଚରା ଗରୀବ ଖଟିଖିଆ ଲୋକଟି ଯଦି ନିଜର ରୋଜଗାର ପାଇଁ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଯାଏ ଏବଂ ସେ ସେଠାରେ ସହରରେ ରୁହେ l ସେ କେଉଁ ଶ୍ରେଣୀରେ ଅନ୍ତଭୁକ୍ତ ହେବ ! ସହରାଞ୍ଚଳର ନା’ ଗ୍ରାମାଞ୍ଚଳର । ଯଦି ସେ ବୃଦ୍ଧ ବାପା-ମାଆ , ପତ୍ନି , ପିଲା ର ପାଞ୍ଚ ପ୍ରାଣୀର ପରିବାରର ହୋଇଥାଏ । ସେ ଏଠାର ରୋଜଗାର କରୁଥିବା ଏକି ବ୍ୟକ୍ତି ହୁଏ ଏବଂ ସେ ମାସିକ ୧୫ ହଜାର ପାଉଥାଏ । ଏଠାରେ ମାସିକ ମୁଣ୍ଡପିଛା ୩ହଜାର । ନିଜର ରାଜ୍ୟ ବାହାରର ଘରଉଡା , ଖାଇବା ବାବଦକୁ ସେ ନିଜ ପାଇଁ କେତେ ରଖି ସେ କେତେ ଟଙ୍କା ଘରକୁ ଦେବ ! ସେ ଦେଉଥିବା ଟଂକାରେ ମୁଣ୍ଡପିଛା କେତେ ପଡ଼ିବ । ଯଦି ସେ ସହରର ବାସିନ୍ଦା ହୋଇଥାଏ ସହରର ଆବଶ୍ୟକତା ଅନୁଯାୟୀ ଘରକୁ ଦେଉଥିବା ଟଙ୍କା ରେ କଣ ପେଟ ପୁରାଇ ପାରିବ ?
୨୦୨୪ ଜାନୁୟାରୀ ୧ ର ଏକ ରିପୋଟ଼ ଅନୁଯାୟୀ ଓଡ଼ିଆ ମାନେ ବହୁଳ ରହୁଥିବା ରାଜ୍ୟରେ ଅଣକୁଶଳୀ ଶ୍ରମିକଙ୍କ ମାସିକ ମଜୁରୀ
ଗୁଜରାଟ ୧୨୬୬୨
ବର୍ଣ୍ଣାଟକ ୧୫୧୦୬
ମହାରାଷ୍ଟ୍ର ୧୩୦୮୯
ଉତ୍ତର ପ୍ରଦେଶ ୧୦୨୭୫
ପଞ୍ଜାବ ୧୦୭୩୬ ଏବଂ ଓଡ଼ିଶାରେ ୧୧୭୦୦ ଟଙ୍କା ରହିଛି । ଟାଇମ୍ସ ଅଫ ଇଣ୍ଡିଆ ର ରିପୋର୍ଟ ଅନୁଯାୟୀ ୨୦୨୩ ରେ ୧୦ ଲକ୍ଷ ୭୫ ହଜାର ଲୋକ ଓଡ଼ିଶାରୁ ବାହାରକୁ କାମ କରିବା ପାଇଁ ଯାଇଛନ୍ତି। ଏଥିରୁ ଅଧିକାଂଶ ଅଣକୁଶଳୀ ଶ୍ରମିକ ଏବଂ ପ୍ରାୟତଃ ସବୁ ଗ୍ରାମାଞ୍ଚଳର |
ଏହି ସମସ୍ତ ଲୋକଙ୍କୁ ଯଦି ରାଜ୍ୟ ସରକାର ଯଦି ଗ୍ରାମାଞ୍ଚଳ ରେ ୧୦ ହଜାର ରୋଜଗାର ନୀତିରେ ରାସନ କାର୍ଡ କାଟି ଯୋଗାଣ ବନ୍ଦ କରନ୍ତି । ଏଥିର ଗୋଟିଏ କଥା ହେବ , ଓଡ଼ିଶା ରେ ଆଉ ୧୦ଲକ୍ଷ ୭୫ ହଜାର ରାସନ ଉପଭୋକ୍ତା କମିଯିବେ । ନହେଲେ ଏହି ଶ୍ରମିକ ମାନେ କିଛି ଦିନ ତଳେ ରାସନ କାର୍ଡ ରେ କେ.ୱାଇ.ସି କରି ରାଜ୍ୟ ବାହାରକୁ ଯାଇଥିବା ବେଳେ ପୁନଃ ରାସନ କାର୍ଡ ପାଇବା ପାଇଁ ଓଡ଼ିଶା କୁ ପଳାଇଆସିବେ । ଏଥିରୁ କିଛି ନିର୍କସ ବାହାରିବ ନାହିଁ ।
ଯୋଗାଣ ମନ୍ତ୍ରୀ ଙ୍କୁ ଅନୁରୋଧ ମାସିକ ଆୟ ୧୦ ହଜାର ଟଙ୍କା କାର୍ଡ ପିଛା ନ କରି କାର୍ଡ ରେ ଥିବା ଉପଭୋକ୍ତା ଙ୍କ ସଂଖ୍ୟାରେ ମୁଣ୍ଡ ପିଛା କିଛି ଟଙ୍କା ଧାର୍ଯ୍ୟ କରନ୍ତୁ ଏବଂ ଏହାପରେ ରାସନ କାର୍ଡ କାଟିବା କଥା ଚିନ୍ତା କରନ୍ତୁ | ନହେଲେ କାଗଜ କଲମରେ ଗରୀବି ହଟିଯିବ ସତ ବାସ୍ତବ ରେ ଓଡ଼ିଶା ରୁ ଗରୀବି ହଟିପାରିବ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ