ଦାଦନ ଖଟିବାକୁ ଯାଇ ନିଖୋଜ
କଳାହାଣ୍ଡି (ଯୁଗାବ୍ଦ ନ୍ୟୁଜ) କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ରଣମାଲ ଭୁର୍ଷିଗୁଡାର ଭରତ ଗହୀର(୪୨) ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିବା ତାଙ୍କ ପତ୍ନୀ ସତନାମୀ ଗହୀର(୩୪) ପ୍ରକାଶ କରିଛନ୍ତି।ସୂଚନା ଅନୁସାରେ ଗତ ୧୧ତାରିଖ ଶନିବାର ଦିନ ଗାଁ ର ସାତ ଜଣ ଲୋକଙ୍କ ସହ ଘରୁ ବାହାରି ଥିଲେ।କିନ୍ତୁ ଗଲା ପରେ ତାଙ୍କ ସହ କୋଣସି ସମ୍ପର୍କ ହୋଇନଥିଲା।ସେ କୁଆଡେ ଚାଲି ଯାଇଛି ବୋଲି ସେଠାରେ ଥିବା ସାତ ଜଣ ଲୋକ ପ୍ରକାଶ କରୁଛନ୍ତି।ଭରତ ଙ୍କ ଘରେ ତାଙ୍କ ପତ୍ନୀ ସତନାମୀ
ଓ ଝିଅ ଶିବନୀ(୧୫) ,ତାଙ୍କ ମାଆ କୟା (୬୮) ରହିଥିବା ବେଳେ ଭରତ ଙ୍କ ପୁଅ ବିଷ୍ଣୁ(୧୮) ବି ବିଜୟବାଡା ଦାଦନ ଖଟିବାକୁ ଯାଇଛନ୍ତି।ଭାରତ ଙ୍କ ପତ୍ନୀ ଗରିବ ହୋଇଥିବା ବେଳେ ସରକାର ଙ୍କ ଏ ଦିଗରେ ସହାୟତା କରିବା ପାଇଁ ଅନୁରୋଧ କରିଛନ୍ତି।