ଦାଦନ ଖଟିବାକୁ ଯାଇ ମୃତ ଦେହ ଫେରିଲା ଜନ୍ମ ମାଟିକୁ : ଶୋକାକୁଳ ପରିବେଶ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ରୋଜକାରୀୟା ପୁଅ ବାପା ମାଆ ଥାଉନୁ ଭେଣ୍ଡିଆ ପୁଅ ର ଅକାଳ ବିୟୋଗ ଦାଦନ ଖଟିବାକୁ ଯାଇ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପି. ରାମଚନ୍ଦ୍ରପୁର ପଞ୍ଚାୟତ ପି. ଜଗନ୍ନାଥପୁର ଗ୍ରାମରେ ଡି ଦିନବନ୍ଧୁ ରେଡି (୨୦ ) ଯୁବକଙ୍କ ମୃତ ଦେହ ସୁରଟ ରୁ ନିଜ ଜନ୍ମ ମାଟି ରେ ପହଞ୍ଚିଛି। ଅଭାବ ଅନଟନ ପରିବାର ପୋଷିବା ସମ୍ଭବ ନୁହେଁ। ବାପାର ଖାନ୍ଧ ରେ ଖାନ୍ଧ୍ ମିଶାଇ ଦୁଇପାଇସ ରୋଜଗାର କରି ବାପା ମାଆ ଆଉ ଭଉଣୀ ଙ୍କୁ ବଞ୍ଚାଇବା ପାଇଁ ପାଠ ପାଢ଼ାରେ ଡୋରି ବାନ୍ଧି ଦାଦନ ଖଟିବାକୁ ଯାଇଥିଲା ଦିନବନ୍ଧୁ ବାହାର ରାଜ୍ୟ ସୁରତ । ଗତ ସୋମବାର ଭୋରୁ ସୁରଟ ରେ ମୃତୁ ଘଟିଛି l ସୂଚନା ଯୋଗ୍ୟ ପି. ଜଗନ୍ନାଥପୂର ଗ୍ରାମର ଡି.ପିତା ଡି.କୂରେଶୁ ରେଡ଼ିଓ ମା ଡି.ସାବିତ୍ରୀ ରେଡିଙ୍କ ଏକମାତ୍ର ପୁତ୍ର ଡି.ଦୀନବନ୍ଧୁ ରେଡ଼ି l ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ହେତୁ ଆଜକୁ ୨ ବର୍ଷ ହେବ ଦୀନବନ୍ଧୁ ସୁରଟ ର ଡାଇମଣ୍ଡ ନଗରରେ ରହି ଏକ ସୂତାକଳ ରେ କାମ କରି ଆସୁଥିଲେ l ରବିବାର ରାତ୍ର ଡି. ଦୀନବନ୍ଧୁ ଙ୍କ ଦେହ ଅସୁସ୍ଥ ଥିବା ହେତୁ ନିକଟସ୍ଥ ଡ଼ାକ୍ତରଖାନାକୁ ଯାଇ ଚିକିତ୍ସା ହୋଇ ଔଷଧ ଆଣି ଖାଇ ଶୋଇଥିଲେ l ସୋମବାର ଭୋରୁ ଦୀନବନ୍ଧୁ ଉଠି ନଥିବା ହେତୁ ରହୁଥିବା ସାଙ୍ଗ ସାଥି ମାନେ ଉଠାଇଥିଲେ କିନ୍ତୁ ସେ ଉଠି ନଥିଲେ l ଫଳରେ ସାଙ୍ଗ ମାନେ ଦୀନବନ୍ଧୁ ଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରିଥିଲେ l ସେଠାକାର ଡାକ୍ତର ଦୀନବନ୍ଧୁ ଙ୍କ ମୃତ ଘଟିଥିବା ଡାକ୍ତର ପ୍ରକାଶ କରିଥିଲେ l ଏନେଇ ପରିବାର ଲୋକେ ଜାଣିବା ପରେ ସାନଖେମୁଣ୍ଡି ପୁର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ନନ୍ଦିନୀ ଦେବୀ ଙ୍କ ମାଧ୍ୟମରେ ଓଡିଶା ସରକାର ଙ୍କୁ ମୃତ ଦେହ ଜନ୍ମ ମାଟିକୁ ଫେରାଇ ଆଣିବା ପାଇଁ ଗୁହାରି କରିଥିଲେ l ମହିଳା ବିଜୁଜନତା ଦଳ ଉପଦେଷ୍ଟା ତଥା ପୂର୍ବତନ ବିଧାୟିକା ନନ୍ଦିନୀ ଜାଣିବାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିବା ପରେ ଓଡ଼ିଶା ମୋ ପରିବାର ସହଯୋଗ ରେ ଆଜି ଡି ଦିନବନ୍ଧୁ ରେଡି ଙ୍କ ମରଶରୀର ସୁରତ ରୁ ଆମ୍ବୁଲେସ ଯୋଗେ ନିଜ ଜନ୍ମ ମାଟିରେ ପହଞ୍ଚିଛି । ଶବ ପହଞ୍ଚିବା ବେଳକୁ ଗାଆଁ ରେ ଲୋକାରଣ୍ୟ ଶୋକାକୁଳ ସ୍ତବ୍ଧ ପରିବେଶ ସୃଷ୍ଟି ହୋଇଛି। ଶବ ପହଞ୍ଚିବା ବେଳକୁ ଶ୍ରୀମତୀ ନନ୍ଦିନୀ ଦେବୀ ପହଞ୍ଚି ଶୋକ ସଂତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଯେ କୌଣସି ସୁବିଧା ହେବ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଶୁଣିବାକୁ ମିଳିଛି।ବି ଜେ ଡି ଦଳ ର କର୍ମୀ ସହଦେବ ପ୍ରଧାନ ଆଡ଼ପଡ଼ା ସରପଞ୍ଚ ନୀଳ ମାଧବ ରାଉତ, ସଞ୍ଜୟ ରାଉତ, ଅମିନ ପ୍ରଧାନ ,ରଞ୍ଜନ ସ୍ୱାଇଁ , ଜଗନ୍ନାଥ ପାତ୍ର, ସୋମନାଥ ପାତ୍ର, ଅଶୋକ ସାବତ,ଙ୍କସମେତ ବହୁ କର୍ମୀ ମାନେ ମୃତକ ଙ୍କ ପରିବାର ଙ୍କୁ ଶାନ୍ତ୍ବନା ସହ ସମବେଦନା ଜଣାଇଥିଲେ l


