ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ
ନିମାପଡା, ( ସନ୍ତୋଷ ଦାଶ) :ପେଟ ଚା ଖଣ୍ଡକ ପାଇଁ ଆଉ ପରିବାର ର ଭରଣ ପୋଷଣ ପାଇଁ ଯୁବକ ମାନେ ବାପା, ମା ଙ୍କୁ ଛାଡି ଭାଇ, ବଂଧୁ , କୁଟୁମ୍ବ ଙ୍କୁ ଭୁଲି ଚାଲି ଯାଉଛନ୍ତି ଅନ୍ୟ ରାଜ୍ୟ କୁ ଦାଦନ ଖଟିବାକୁ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କୋରଣା ପଞ୍ଚାୟତ ଅନ୍ତର୍ଗତ ନଟରା ଗ୍ରାମର ସୁନାକର ପରିଡ଼ାଙ୍କ ବଡ ପୁଅ ଦୀପକ ରଞ୍ଜନ ପରିଡା କିଛି ଦିନ ତଳେ ପୁନେ ସହରକୁ ଯାଇଥିଲେ କାମ କରିବାକୁ । ପୁନେ ସହରର ଭୀଶ୍ରାନ୍ତବାଡି ରେ ଏକ ଠିକା ସଂସ୍ଥା ରେ ପଟାସେଟ୍ରୀଙ୍ଗ କାମରେ ନିୟୋଜିତ ଥିଲେ । ସାଙ୍ଗ ମାନଙ୍କ ସହିତ ଦୀପକ ସେହି ଠିକା କମ୍ପାନୀ ରେ ରହୁଥିଲେ । ହେଲେ ହଠାତ୍ ଦିନେ ଦୀପକ ସକାଳୁ କେଉଁ ଆଡେ ଚାଲିଯାଇଥିଲେ । ସାଙ୍ଗସାଥୀ ମାନେ ଖୋଜାଖୋଜି କରିବା ପରେ ସେଠାରେ ନିରାଶ ହୋଇଥିଲେ । ଦୀପକ ର ନିଖୋଜ ହେବା ଘଟଣା କମ୍ପାନୀ ଓ ପରିବାର କୁ ଜଣାଇଥିଲେ ସାଙ୍ଗମାନେ । ପରିବାର ଲୋକ ପୁନେ ଯାଇ ପୋଲିସ ରେ ଅଭିଯୋଗ କରିଥିଲେ । ସ୍ଥାନୀୟ ପୋଲିସର ସହାୟତା ଲୋଡ଼ିଥିଲେ । ପୋଲିସ ଦୀପକର ନିଖୋଜ ହେବାର କଥାକୁ ନେଇ ପୋଲିସ ସିସିଟିଭି ଯାଞ୍ଚ କରିଥିଲା । ସିସିଟିଭି ରେ ସକାଳୁ ଦୀପକ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଥିଲା । ହେଲେ ସେଠାରୁ କୈାଣସି ଖବର ପାଇନଥିଲା ସ୍ଥାନୀୟ ପୋଲିସ । ପରିବାର ଲୋକେ ନିରାଶ ହୋଇ ସେଠାରୁ ଫେରି ଅସ୍ତରଙ୍ଗ ଥାନା ରେ ୨୦.୭ ରେ ଏକ ଲିଖିତ ଅଭିଯୋଗ କରିଥିଲେ ଦୀପକ ଙ୍କ ବାପା ସୁନାକର ପରିଡ଼ା । ହେଲେ ଆଜିକୁ ୭ଦିନ ହେଲା ଦୀପକ ନିଖୋଜ ହେବା କଥା କୁ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଦୀପକ କେବେ ଫେରିବ ତାଙ୍କ ବାପା, ମା ଅନାଇ ବସି ଥିବାବେଳେ ଅସ୍ତରଙ୍ଗ ପୋଲିସ ତଦନ୍ତ କରି ତୁରନ୍ତ ଦୀପକ ଙ୍କ ପତ୍ତା ଲଗାଇ ତାଙ୍କୁ ଠାବ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।


