ଦାଦନ ଦଲାଲର ଶିକାର ହେଲେ ଦୁଇଭାଇ
କଳାହାଣ୍ଡି,(ୱାଇଏନ୍ଏସ୍): ପୁଣି ଦାଦନ ଦଲାଲ ଦୁଇ ଭାଇ ଙ୍କୁ ଦାଦନ ଖଟିବାକୁ ନେଇ ଠିକାଦାର ନିକଟରେ ବନ୍ଧକ ଅଭିଯୋଗ | ଦାଦନ ଦଲାଲର ଶିକାର ହେଲେ ଦୁଇଭାଇ ପଡ଼ୋଶୀ ରାଜ୍ୟ ଠିକାଦାର ଠାରେ ୮୦ ହଜାର ଟଙ୍କାରେ ବନ୍ଧକ ପକାଇ ଦେଇଥିବା ନେଇ ସଙ୍ଗିନ ଅଭିଯୋଗ ଆଣିଲେ ପରିବାର ଲୋକ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ରଏନଗୁଡା ଗାଁର ଦିଗାମ୍ବରଙ୍କ ଦୁଇପୁଅ ଭରତ ଓ ଚତୁର ମାଝୀ ଙ୍କୁ ବିଭିନ୍ନ ପ୍ରଲୋଭିତ କରି ପାଖ ଗାଁ ଛତାଗୋଏରା ଜଣେ ଦାଦନ ଦଲାଲ କୃଷ୍ଣ ଦୁର୍ଗା ଗତ ୧୬ ତାରିଖ ରେ ଉମରକୋଟରେ କାମ କରିବାକୁ କହି ମଧ୍ୟପ୍ରଦେଶ ରାଜ୍ୟ ଇଣ୍ଡୋର ଆବୁପୁରା ମଣ୍ଡବାଇରେ ଥିବା ଏକ ବୋରିଂ ଠିକାଦାର ନିକଟରେ ୮୦ ହାଜର ଟଙ୍କାରେ ବନ୍ଧକ ପକାଇ ଚାଲି ଆସିଛି | ଘରୁ ଗଲା ଦୁଇଦିନ ପରେ ବନ୍ଧକ ଥିବା ଦୁଇ ଭାଇ ଘରକୁ ଫୋନ କରି ମାଲିକ ତାଙ୍କୁ ମାଡ଼ ମାରିବା ସହ ନିର୍ଯ୍ୟାତନା ଦେଉଛି ଓ ଆମକୁ କୃଷ୍ଣ ଦୁର୍ଗା ୮୦ ହଜାର ଟଙ୍କାରେ ବନ୍ଧକ ପକାଇଛି ବୋଲି କହିବା ପରେ ବନ୍ଧକ ପଡିଥିବା ଦାଦନଙ୍କ ବାପା ଦାଦନ ଦଲାଲ କୃଷ୍ଣ ପାଖକୁ ଯାଇ ତମେ ମୋ ଦୁଇ ପୁଅଙ୍କୁ ଆଣିଦିଅ ବୋଲି କହିବା ପରେ ମଧ୍ୟ ସେ ଆଜି କାଲି କହି ଠକୁଥିବା ବେଳେ ଆଜି ପରିବାର ପକ୍ଷରୁ କୋକସରା ଥାନାରେ ପହଞ୍ଚି ଦୁଇ ପୁଅଙ୍କୁ ଉଦ୍ଧାର କରିବା ପାଇଁ ବାପା ମା ଲିଖିତ ଅଭିଯୋଗ କରିଛନ୍ତି | ଥାନା ଅଧିକାରୀ ତଦନ୍ତ କରି ଦୁଇ ଭାଇଙ୍କୁ ଉଦ୍ଧାର କରାଯିବା ପାଇଁ ବ୍ୟବସ୍ଥା କରାଯିବ ନେଇ ସୂଚନା ଦେଇଛନ୍ତି |


