ଦାଦନ ଦୁଖଃ, ମୃତ୍ୟୁର ୧୦ ଦିନ ପରେ ଗ୍ରାମରେ ପହଂଚିଲା ପ୍ରାର୍ଥୀବ ଶରୀର

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲାରେ ଦାଦନ ଦୁଖଃ । ଦୁଇ ପଇସା ଅଧିକ ରୋଜଗାର ଆଶାରେ ଯାଇଥିଲେ ବିଦେଶ ହେଲେ ଆଜି ତାଙ୍କରି ମୃତ ଶରୀର ଗ୍ରାମରେ ପହଂଚିଛି । ଏହିଭଳି ଏକ ଦୁଖଃଦ ଘଟଣା ଛତ୍ରପୁର ବ୍ଲକ ସୁନ୍ଦରପୁର ପଚାଂୟତରେ ଦେଖିବାକୁ ମିଳିଛି । ସୁନ୍ଦରପୁର ପଚାଂୟତ ପାଇତାରୀ ଗ୍ରାମର ସନ୍ତୋଷ ବେହେରା ୨୦୧୯ ରୁ ଦୁବାଇ ଯାଇଥିଲେ । ନିଜ ପରିବାର ଗୁଜୁରାଣ ପାଇଁ ଏକ ଛୋଟ କମ୍ପାନୀରେ କାମ କରୁଥିଲେ । ଦୁଇ ମାସ ପରେ ନିଜ ଘରକୁ ଆସିବେ ବୋଲି ପରିବାରକୁ କହିଥିଲେ କିନ୍ତୁ ଆସିଲା ତାଙ୍କରି ପ୍ରାର୍ଥୀବ ଶରୀର । ଏକ ସଡକ ଦୃର୍ଘଟଣାର ଶିକାର ହୋଇ ତାଙ୍କରି ଦେହାନ୍ତ ହୋଇଥିବା ମୃତସନ୍ତୋଷ ବେହେରାଙ୍କ ଭାଇ ନିରଞ୍ଜନ ନିକଟକୁ ଫୋନ ଆସିଥିଲା । ପରେ ନିରଞ୍ଜନ ସ୍ଥାନୀୟ ସମାଜସେବୀ ଅବସରପ୍ରାପ୍ତ ସୈନିକ ଅଜୁର୍ନ ବେହେରାଙ୍କ ଅବଗତ କରାଇଥିଲେ । ତାଙ୍କରି ପ୍ରଚେଷ୍ଠା ରେ ଶୁବ୍ରବାର ରାତ୍ର ୨ ଟାରେ ସନ୍ତୋଷ ମୃତ ଶରୀର ଗ୍ରାମରେ ପହଂଚିଥିଲା । ତାଙ୍କ ଶେଷ ଦର୍ଶନ ପାଇଁ ପ୍ରବଳ ଭିଡ ଜମିବା ସହ ଏକ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା । ସନ୍ତୋଷଙ୍କ ଦୁଇ ପୁଅ ଓ ସ୍ତ୍ରୀ ଅଛନ୍ତି । ଘରର ଏକ ରୋଜଗାରିଆ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସରକାରୀ ସହୟତା ପାଇଁ ଦାବି କରିଛନ୍ତି ସମାଜସେବୀ ଅର୍ଜୁନ ବେହେରା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ