ଦାଦନ ପରିବାରଙ୍କ ନିବେଦନ : ଆମକୁ ଘରକୁ ଫେରାଇ ନିଅ

ଛତ୍ରପୁର : ଲକ୍‌ଡାଉନ୍ ଯୋଗୁଁ ଦାଦନ ଖଟିବାକୁ ଯାଇ ଆନ୍ଧ୍ରରେ ଫସି ରହିଛନ୍ତି ଗଞ୍ଜାମ ଜିଲ୍ଲାର ୫୦ ରୁ ଅଧିକା ଶ୍ରମିକ ପରିବାର । ଏକ ସ୍ୱତନ୍ତ୍ର ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ଓଡିଶା ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି । ଆନ୍ଧ୍ର ରାଜ୍ୟ କ୍ରିଷ୍ଣା ଜିଲ୍ଲା ଚିକାଭରମ ଉଷାସ୍ପିନକୋଟ୍ ପ୍ରାଇଭେଟ୍ ଲିମିଟେଡ୍ ସୂତାକଳରେ କାର୍ଯ୍ୟ କରୁଥିବା କବିସୂର୍ଯ୍ୟନଗର ବ୍ଲକ ଗୁଡିଆଳି ଗ୍ରାମ ଏବଂ ଛତ୍ରପୁର ବ୍ଲକ ଚିକଲଖଣ୍ଡି ପଞ୍ଚାୟତ ବାଲିବଗଡ ଗ୍ରାମ ଓ ଭିକାରିପଲ୍ଲୀ ପଞ୍ଚାୟତ ନୂଆପଲ୍ଲୀ, ଜଗତପଲ୍ଲୀ ଆଦି ଗ୍ରାମର ଶ୍ରମିକମାନେ ବହୁଦିନ ଧରି କମ୍ପାନୀରେ କାମ କରୁଥିଲେ । କରୋନା ଭୟାବହତାକୁ ନେଇ ସମଗ୍ର ଦେଶରେ ଲକ୍‌ଡାଉନ୍ ହୋଇଥିବା ନେଇ ଟ୍ରେନ୍‌. ବସ୍ ସବୁ ଗାଡି ଚଳାଚଳ ବାତିଲ ହୋଇଛି । କମ୍ପାନୀର କର୍ତ୍ତୃପକ୍ଷମାନେ ମଧ୍ୟ ଆମପ୍ରତି କିଛି ସୁବିଧା ନ କରି କମ୍ପାନୀକୁ ବନ୍ଦ କରି ଚାଲି ଯାଇଛନ୍ତି । ଯେଉଁଠାରେ ଅଛୁ ସେଠାରୁ ପଦାକୁ ବାହାରିଲେ ପୁଲିସ ବାଡେଉଛନ୍ତି । ଏଥିସହ ଆମ ନିକଟରେ ଖାଇବା ପାଇଁ କିଛି ସୁବିଧା ନାହିଁ । ପିଲାଛୁଆ ସଂପୂର୍ଣ୍ଣ ପରିବାରକୁ ଧରି ଏଠାରେ ରହିଛୁ । ଏଣୁ ସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଆମର ନିବେଦନକୁ ଗ୍ରହଣ କରି ଏଠାରୁ ଉଦ୍ଧାର କରିବାର ବ୍ୟବସ୍ଥା କରିବାର ପଦକ୍ଷେପ ନେବାକୁ ସମସ୍ତ ପରିବାର ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ