ଦାଦନ ଶ୍ରମିକଙ୍କ ପାଇଁ ଗୃହ ଯୋଜନା
ଭୁବନେଶ୍ୱର : ବାହାର ରାଜ୍ୟକୁ କାର୍ଯ୍ୟ ଅନ୍ୱେଷଣରେ ଯାଉଥିବା ଶ୍ରମିକମାନେ ରହିବାରେ ବହୁ ଅସୁବିଧା ଭୋଗୁଛନ୍ତି । ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ନୂଆ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି ।
୧. ଏହି ଯୋଜନାର ନାଁ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ମାଇଗ୍ରାଂଟ ଲେବର/ଅର୍ବାନ ପୋର) ।
୨. ପିପିପି ମୋଡ଼ରେ ସହରାଂଚଳରେ ହେବ ଆଫଡର଼୍ବେଲ ରେଂଟାଲ ହାଉସିଂ କମ୍ପ୍ଳେକ୍ସ ।
୩. ନିଜ ଜମିରେ ନିର୍ମାଣକାରୀ କମ୍ପାନୀ, ଶିଳ୍ପ ଓ ଅନ୍ୟ ସଂସ୍ଥାଗୁଡ଼ିକ ଏଭଳି କମ୍ପ୍ଲେକ୍ସ ନିର୍ମାଣ କରିପାରିବେ ।
୪. ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସଂସ୍ଥା ମଧ୍ୟ ଏଭଳି କମ୍ପ୍ଲେକ୍ସ ନିର୍ମାଣ କରି ପରିଚାଳନା କରିପାରିବେ । ଏସମ୍ପର୍କରେ ଖୁବଶୀଘ୍ର ମନ୍ତ୍ରଣାଳୟ ପକ୍ଷରୁ ସବିଶେଷ ଗାଇଡ଼ଲାଇନ ପ୍ରଦାନ କରାଯିବ ।