ଦାଦାବଟିକୁ କେନ୍ଦ୍ର କରି ଖଣ୍ଡାରେ ଆକ୍ରମଣ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ଦାଦାବଟିକୁ କେନ୍ଦ୍ରରେ ଜନୈକ ଭାଇଭଉଣୀଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ଉଭୟ ଆହତ ହୋଇଥିବାବେଳେ ଭଉଣୀର ଅବସ୍ଥା ଗୁରୁତର ଅଛି। ଉଭୟଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଚିକିତ୍ସା କରାଯାଉଛି। ଘଟଣାରୁ ପ୍ରକାଶ ଯେ  ସକାଳ ୯.୧୦ ସମୟରେ ଲକ୍ଷ୍ମୀନୃସିଂହ ସାହିରେ ରହୁଥିବା ଭାଇ କାଳିଆ ପାତ୍ର ଓ ଭଉଣୀ ସୁନିତା ପାତ୍ର ନିଜ ଘର ସାମ୍ନାରେ ଥିବାବେଳେ ୫ ଜଣ ଯୁବକ ବାଇକ୍‌ରେ ଆସି ଖଣ୍ଡା ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ଉଭୟ ଗୁରୁତର ହୋଇଥିଲେ। ବଡ଼ବଜାର ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିବା ସହ ଜଣେ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇ ଖୋଜା ଚାଲିଛି। ପୋଲିସ୍‌ର ତଥ୍ୟ ଅନୁଯାୟୀ ଭାଇ କାଳିଆ ପାତ୍ର ଗୋଟିଏ ମିକ୍ସର୍ କାରଖାନା କରିଛି। ଏହି ଯୁବକମାନେ ତାଙ୍କୁ ୧୦ ହଜାର ଟଙ୍କା ଦାଦା ବଟି ମାଗିଥିଲେ। କାଳିଆ ଏହି ଟଙ୍କା ନଦେବାରୁ ଆଜି ତାଙ୍କ ଘର ସାମ୍ନାରେ ତାଙ୍କୁ ଆକ୍ରମଣ କରିବା ବେଳେ ଭାଇକୁ ବଂଚାଇବାକୁ ଯାଇ ଭଉଣୀ ସୁନିତା ଆକ୍ରମଣର ଶିକାର ହୋଇଥିଲା। ବଡ଼ବଜାର ପୋଲିସ୍ ୨୦୯/୨୦ ରେ ଏକ ମାମଲା ରୁଜୁ କରି ଆକ୍ରମଣକାରୀଙ୍କୁ ଖୋଜିବାରେ ଲାଗିଥିବା ନେଇ ଥାନାଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ