ଦାଦାବଟି ପାଇଁ କଣ୍ଟ୍ରାକ୍ଟରଙ୍କୁ ଆକ୍ରମଣ ଯୁବକ ଗିରଫ ଟଙ୍କା ଓ ଖଣ୍ଡା ଜବତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ କୁମୁଣ୍ଡି ବିଞ୍ଝଗିରୀ ରାସ୍ତା ମଝିରେ ଜଣେ କଣ୍ଟ୍ରାକ୍ଟରଙ୍କୁ ଦାଦାବଟି ମାଗି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଆଜି ଗାଙ୍ଗପୁର ପୋଲିସ୍ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି, ଅଭିଯୋଗ କରିଥିବା କଣ୍ଟ୍ରାକ୍ଟର ଜଣଙ୍କ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମର ସୁଶାନ୍ତ ସାହୁ, ସୁଶାନ୍ତଙ୍କ ଅଭିଯୋଗ ପ୍ରକାରେ ଗତ ଚାରିବର୍ଷ ଧରି ସୁଶାନ୍ତ ଜଣେ କଣ୍ଟ୍ରାକ୍ଟର ଭାବେ ବୋରୀ ଛକ ଠାରୁ ବିଞ୍ଝଗିରୀ, ସିଆରିମାଳ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାମରେ ଅଂଶୀଦାର ଅଛନ୍ତି, ଆଜି ସକାଳ ପ୍ରାୟ ସାତ ଘଣ୍ଟା ତିରିଶି ମିନିଟ୍ ସମୟରେ ସୁଶାନ୍ତ ଓଡି 32କେ 3357 ନମ୍ବର୍ ବିଶିଷ୍ଟ ଏକ ମୋଟରସାଇକେଲ୍ ରେ ବେଲଗୁଣ୍ଠାରୁ ଆସି କୁମୁଣ୍ଡି ଠାରୁ ବିଞ୍ଝଗିରୀ ପର୍ଯ୍ୟନ୍ତ ରାସ୍ତା କାମର ତଦାରଖ କରୁଥିଲେ, ଏହି ସମୟରେ ଦୁଇଜଣ ଯୁବକ ଓଡି 16 4631 ନମ୍ବର୍ ବିଶିଷ୍ଟ ଏକ ନାଲି ରଙ୍ଗର ମୋଟରସାଇକେଲ୍ ରେ ଆସି ସୁଶାନ୍ତଙ୍କ ନିକଟରେ ପହଞ୍ଚି ଥିଲେ, ଯୁବକ ଦୁଇ ଜଣ ହେଉଛନ୍ତି ଗାଙ୍ଗପୁର ଥାନା ଅନ୍ତର୍ଗତ ବାରଟା ଗ୍ରାମର କାହ୍ନା ସ୍ୱାଇଁ ଏବଂ ପାଳକଷଣ୍ଢା ଗ୍ରାମର ଦିଲ୍ଲୀପ କୁମାର ରାଜ୍ ଜେନା, ସେମାନେ ପୂର୍ବରୁ ସୁଶାନ୍ତଙ୍କୁ ଦାଦାବଟି ମାଗି ଆସୁଥିବା ବେଳେ ଆଜି ମଧ୍ୟ ଦାଦା ବଟି ମାଗିଥିଲେ, କିନ୍ତୁ ସୁଶାନ୍ତ ଦାଦାବଟି ଦେବାକୁ ମନା କରିଦେବାରୁ କାହ୍ନା ଏକ ଷ୍ଟିଲ ଖଣ୍ଡା ଦେଖାଇ ସୁଶାନ୍ତଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହିତ ଦାଦା ବଟି ନଦେଲେ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା, ଦୁଇ ଯୁବକଙ୍କ ଆକ୍ରମଣରେ ସୁଶାନ୍ତ ତଳେ ପଡ଼ିଯିବା ପରେ ସେମାନେ ଜୋରଜବରଦସ୍ତ ସୁଶାନ୍ତଙ୍କ ପକେଟ୍ ରୁ ନଗଦ ପାଞ୍ଚ ହଜାର ଟଙ୍କା ଛଡ଼ାଇ ନେଇଯାଇଥିଲେ, ସୁଶାନ୍ତଙ୍କ ଚିତ୍କାର ଶୁଣି କିଛି ଦୂରରେ ଥିବା ଚନ୍ଦନ ସେଠୀ ନାମକ ଅନ୍ୟଜଣେ କର୍ମଚାରୀ ସେଠାକୁ ଆସିଯିବାରୁ ଉଭୟ ଆକ୍ରମଣକାରୀ ସୁଶାନ୍ତଙ୍କୁ ଛାଡ଼ି ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ, ଏନେଇ ସୁଶାନ୍ତ ଗାଙ୍ଗପୁର ଥାନାରେ ଏତାଲା ଦେବାପରେ ସୁଶାନ୍ତଙ୍କ ଏତାଲାକୁ ଭିତ୍ତିକରି ୩୦୭/୨୫ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତକାରୀ ଅଧିକାରୀ ତଥା ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ଅଭିଯୁକ୍ତ କାହ୍ନାକୁ ଗିରଫ କରି ତାଠାରୁ ନଗଦ ୪୨୦୦ ଟଙ୍କା ଏବଂ ଏକ ଖଣ୍ଡା ଜବତ କରିଥିଲେ, ଅଭିଯୁକ୍ତ କାହ୍ନାକୁ କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶ୍ରୀମତୀ ପୂଜାରୀ ପ୍ରକାଶ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ