ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କଲେ ବିଗ୍ ବି
ନୂଆଦିଲ୍ଲୀ- ଭାରତୀୟ ଚଳଚ୍ଚିତ୍ର ଜଗତର ମହାନାୟକ ଅମିତାଭ ବଚ୍ଚନଙ୍କୁ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟପତି ଭବନରେ ଆୟୋଜିତ ସ୍ବତନ୍ତ୍ର କ।ର୍ଯ୍ୟକ୍ରମରେ ବିଗ୍-ବି ଅମିତାଭ ବଚ୍ଚନଙ୍କୁ ଭାରତୀୟ ଚଳଚ୍ଚିତ୍ର ଜଗତର ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି ।ଏହା ସହିତ ପୁରଷ୍କାର ବାବଦରେ ତାଙ୍କୁ ୧୦ଲକ୍ଷ ଟଙ୍କା ଏବଂ ଏକ ସ୍ୱର୍ଣ୍ଣ କମଳ ପ୍ରଦାନ କରାଯାଇଛି ।


