ଦାଦି ପ୍ରକାଶମଣିଙ୍କ ଦ୍ୱାଦଶ ଶ୍ରାଦ୍ଧବାର୍ଷିକୀ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୂଭୁତି ଭବନ ପରିସରରେ ଦାଦି ପ୍ରକାଶ ମଣିଙ୍କ ଶ୍ରାଦ୍ଧ ବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି ।ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ବିଶ୍ୱ ସଂଗଠନ ମାଉଣ୍ଟ ଆବୁ ଠାରେ ପ୍ରତିଷ୍ଠାତା ଦାଦା ଲେଖ ରାଜଙ୍କ ପରେ ଦ୍ୱିତୀୟ ୧୯୬୯ ଠାରୁ ୨୦୦୭ ପର୍ଯ୍ୟନ୍ତ ଦାଦି ମୁଖ୍ୟ ପ୍ରଶାସିକା ଭାବେ ଦାଇତ୍ୱ ସୂଚାରୁ ରୁପେ ତୁଲାଇ ଆସୁଥିଲେ ।ଦାଦିଙ୍କ ପିଲା ଦିନର ନାମ ଥିଲା ରମା । ସେ ସେପ୍ଟେମ୍ବର ୧୯୨୨ ରେ ସିନ୍ଧୁ ପ୍ରଦେଶ ଅନ୍ତର୍ଗତ ହାଇଦ୍ରାବାଦ ସହର ହିନ୍ଦୁ ସଂପ୍ରଦାୟରେ ଜନ୍ମଗ୍ରହଣ କରିଥିଲେ । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ତାଙ୍କ ଜୀବନରେ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ସେ ଧର୍ମ ପ୍ରଚାରରେ ବର୍ତ୍ତୀ ହୋଇଥିଲେ । ତାଙ୍କର ତିରୋଧାନ ଦିବସ ଅଗଷ୍ଟ ୨୫-୨୦୦୭ ରେ ହୋଇଥିବା କେଇ ବିଶେଷ ସ୍ମୃତି ଚାରଣ ସଭା ଓ ଆନ୍ୁଷ୍ଠନିକ କାର୍ଯ୍ୟମାନ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଅତିଥିଭାବେ ସୁନିଲ ନାୟକ ଓରମାସର ଜିଲ୍ଲାପ୍ରକଳ୍ପ ସହକାରୀ ଅଧିକାରୀ ପ୍ରଫୁଲ କୁମାର କବି ସମ୍ମାନିତ ଅତିଥିଭାବେ ଯୋଗ ଦାନ କରିଥିଲେ । ଶାଖା ସଂଞ୍ଚାଳିକା ବ୍ରହ୍ମକୁମାରୀ ବିଜୟ ଲକ୍ଷ୍ମୀ ଏହି କାର୍ଯ୍ୟରେ ପରିଚାଳନା କରିଥିଲେ ।