ଦାନରେ ଗଲେ ଜବତ ଗୋରୁ ଅସହିଷ୍ଣୁ ବେପାରୀ, ଅଧରାତିରେ ଟେକାମାଡ଼ କଲେ

ଅନୁଗୁଳ(ଜୁଗାବ୍ଦ ନ୍ୟୁଜ୍‍): କିଛିମାସ ତଳେ ବଅଁରପାଳ ଥାନା ପୁଲିସ ବହୁ ସଂଖ୍ୟାରେ ଗୋରୁ ଗାଈ ଜବତ କରିଥିଲେ । ଯେଉଁଥିରୁ ଗୋ-ଚାଲାଣ କଥା ପର୍ଦ୍ଦାଫାସ ହୋଇଥିଲା । ପୁଲିସ ହେପାଜତରେ ଗାଈଗୋରୁ ଅନୁଗୁଳ ଆରଟିଓ ଅଫିସ୍ ନିକଟ ସରକାରୀ ଫାର୍ମରେ ରଖାଯାଇଥିଲା । ମାମଲା କୋର୍ଟଙ୍କ ବିଚାରାଧୀନ ରହିଛି । କୋର୍ଟଙ୍କ ଅନୁମତିକ୍ରମେ ଜବତ ଗୋରୁଙ୍କୁ ଯୋଗ୍ୟ ଚାଷୀଙ୍କ ହାତକୁ ସରକାର ଦାନ ଆକାରରେ ବାଣ୍ଟିଛନ୍ତି । ଗତ କିଛିଦିନ ମଧ୍ୟରେ ତୁମୁଣୀ, ରନ୍ତଲେଇ ଗାଁକୁ ସେଥିରୁ ୨୨ହଳ ଗୋରୁ ଦିଆସରିଛି ବୋଲି ବିଭାଗୀୟ ଲିଗାଲ୍ ଅଫିସର ତୀର୍ଥକୁମାର ସାହୁ କହିଛନ୍ତି । ଗୋରୁ ବଣ୍ଟାଯିବା ଘଟଣାରେ କିଛି ଗୋରୁ ବେପାରୀ ଅସହିଷ୍ଣୁ ହୋଇପଡ଼ିଛନ୍ତି । ଏହି କାରଣରୁ ଦିନବେଳା କିଛି ଅସାମାଜିକ ଲୋକ ଫାର୍ମକୁ ଆସି ଟେକାପଥର ମାଡ଼ କରିଥିଲେ । ରାତିଅଧରେ ଫାର୍ମକୁ ୧୫/୨୦ଜଣ ଲୋକ କାଚ ବୋତଲ ଫୋପାଡ଼ିଥିଲେ । ଯେଉଁଥିରେ ଜଣେ ସିକ୍ୟୁରିଟ୍ ଗାର୍ଡ ଜଣେ କର୍ମଚାରୀ ଆହତ ହୋଇଛନ୍ତି । ଏନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ ହୋଇଛି ବୋଲି ଶ୍ରୀ ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ