ଦାନାର ପ୍ରଭାବ ଅଶାନ୍ତ ହୋଇ ଉଠିଛି ପୁରୀ ଜିଲ୍ଲାର ସମୁଦ୍ର
ନିମାପଡ଼ା,(ସନ୍ତୋଷ ଦାଶ):ବାତ୍ୟା ଦାନା ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁ ଥିବାବେଳେ ତାର ପ୍ରଭାବ ପୁରୀ ଜିଲ୍ଲାର ସମୁଦ୍ର ଉପରେ ପଡ଼ିଛି। ପୁରୀ ଜିଲ୍ଲାର କୋଣାର୍କ ଓ ଅସ୍ତରଙ୍ଗ ଠାରେ ସମୁଦ୍ର ଅଶାନ୍ତ ହୋଇ ଉଠିଛି। ସମୁଦ୍ର ଭିତରୁ ଉଚ୍ଚ ଉଚ୍ଚ ଜୁଆର ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି। ବାତ୍ୟା ଦାନା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପୁରୀ ଉପକୂଳ ସମୁଦ୍ରରେ ୦.୫ ରୁ ୧ ମିଟର ଉଚ୍ଚତାର ଜୁଆର ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ଏଣୁ ସମୁଦ୍ର ତଟବର୍ତ୍ତି ଗ୍ରାମର ଗ୍ରାମବାସୀ ମାନେ ଆତଙ୍କିତ ହୋଇ ପଡିଛନ୍ତି। ଗୁରୁବାର ରାତିରେ ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରିବା ସଂଭାବନା ଥିବାରୁ ରାତି ରେ କେତେ ଭୟଙ୍କର ହେବ ସମୁଦ୍ର ଆଉ ତାର ଜୁଆର କେତେ ବାଟ ପର୍ୟ୍ୟନ୍ତ ମାଡ଼ି ଆସିବ କେହି କହି ପାରୁନାହାଁନ୍ତି। ଏଣୁ ସମୁଦ୍ର ତଟବର୍ତ୍ତି ଗ୍ରାମର ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥା ରେ ଅଛନ୍ତି।