ଦାନା ପ୍ରଭାବ ଶିମିଳିପାଳ ଆଉ ୩ଦିନ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ରହିବ
କରଞ୍ଜିଆ,( ଜିତେନ୍ଦ୍ର ରାଜ ): ବାତ୍ୟା ଦାନା ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ପୂର୍ବରୁ ନିମନ୍ତେ ୩ଦିନ ବନ୍ଦ କରାଯାଇ ଥିଲା । ଅକ୍ଟୋବର ୨୩ରୁ ୨୫ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ପ୍ରଦାନ କରିଥିଲେ । ପୁଣି ଶୁକ୍ରବାର ଏକ ବିଜ୍ଞପ୍ତି ମାଧ୍ୟମ ରେ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳ ରେ ପ୍ରବଳ ବର୍ଷା ଯୋଗୁ ଶିମିଳିପାଳ ଅଭୟରଣ୍ୟ କୁ ଆଉ ତିନିଦିନ ପାଇଁ ବନ୍ଦ ରଖାଯିବାକୁ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ପ୍ରଦାନ କରିଛନ୍ତି, ବାତ୍ୟା ଦାନାକୁ ନେଇ ମୟୁରଭଞ୍ଜ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରାଯାଇଥିଲା । ଉକ୍ତ ସମୟରେ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ର ପୂର୍ବାନୁମାନ ପାଣିପାଗ ବିଭାଗ କରିଥିଲା । ବର୍ଷା ମାତ୍ରା ଅଧିକ ଯୋଗୁଁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଇଁ ୩ଦିନ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ କରାଯାଇ ଥିଲା ପୁଣି ଶିମିଳିପାଳ ରେ ପ୍ରବଳ ବର୍ଷା ଯୋଗୁ ପୁଣି ଏହାକୁ ଆଉ ତିନିଦିନ ବନ୍ଦ ରଖାଯିବ ।ଆଗାମୀ ୨ ଦିନ ମଧ୍ୟ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ଶିମିଳିପାଳ ମଧ୍ୟରେ ପାହାଡିଆ ମାଟି ରାସ୍ତାରେ ଅଘଟଣକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଉକ୍ତ ସମୟରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ବାରିପଦା କିମ୍ବା ଯଶିପୁର ପ୍ରବେଶ ପଥରେ କୋଣସି ଗାଡି ପ୍ରବେଶ କିମ୍ବା ପ୍ରସ୍ଥାନ କରିବ ନାହିଁ ବୋଲି ଉଲ୍ଲେଖ କରାଯାଇଛି, ଶିମିଳିପାଳରେ ଏହା ପରର ସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ ବିଜ୍ଞପ୍ତି ମାଧ୍ୟମ ରେ ସୂଚନା ଦେଇଛନ୍ତି।