ଦାବି କଲା ସମାଜବାଦୀ ପାର୍ଟି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-୨୦୧୮ ମସିହାରେ ହେବାକୁ ଥିବା ୧୦୭ ମ୍ୟୁନିସିପାଲିଟି ଓ ଏନ୍.ଏ.ସି.ର ୧୭୫୬ଟି ୱାର୍ଡ଼ର ନିର୍ବାଚନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ୪ ବର୍ଷ ପରେ ଏହି ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ପଞ୍ଚାୟତ ନିର୍ବାଚନ ଭଳି ପଛୁଆବର୍ଗ ଜନଗଣନା ହୋଇନଥିବା ଯୋଗୁ ରାଜ୍ୟର ୫୨ଭାଗ ଓବିସି ୧୭୫୬ଟି ୱାର୍ଡ଼ ମଧ୍ୟରୁ ୪୭୪ଟି ୱାର୍ଡ଼ କାଉନ୍ସିଲାର ପଦବୀ ହରାଇବେ ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛନ୍ତି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏ ସଂକ୍ରାନ୍ତରେ ରାଜ୍ୟ ନିର୍ବାଚନ ଆୟୋର ଅଧ୍ୟକ୍ଷ ଆଦିଦ୍ୟ ପ୍ରସାଦ ପାଢୀଙ୍କୁ ଏକ ଚିଠି ଲେଖି ଦର୍ଶାଇଛନ୍ତି ଯେ, ରାଜ୍ୟର ନଗର ଉନ୍ନୟନ ବିଭାଗର ବିକାଶ ପ୍ରକ୍ରିୟାରୁ ପଛୁଆବର୍ଗ ବାଦ ପଡ଼ିବାକୁ ଯାଉଛନ୍ତି । ୨୦୧୮ ମସିହାର ନିର୍ବାଚନ ୪ ବର୍ଷ ପରେ ୨୦୨୨ ମସିହାରେ ଅନୁଷ୍ଠିତ ହେବ । ଏହାକୁ ଆଉ ୬ ମାସ ଘୁଞ୍ଚାଇ ଦିଆଯାଇ ପଛୁଆବର୍ଗ ଜନଗଣନା କରି ଏହିସବୁ ମ୍ୟୁନିସିପାଲିଟି ଓ ଏନ୍.ଏ.ସି.ର ନିର୍ବାଚନ କରାଗଲେ ରଜ୍ୟର ପଛୁଆବର୍ଗ ତାଙ୍କର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇପାରନ୍ତେ । ଏହାକୁ ଆଖି ଆଗରେ ରଖି ମାନ୍ୟବର କମିଶନ ଏ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ବେହେରା ତାଙ୍କ ଚିଠିରେ ଦାବି କରିଛନ୍ତି । ଏଠାରେ ଉଲ୍ଲେଖଥାଉକି, ରାଜ୍ୟରେ ପଛୁଆବର୍ଗ ଜନଗଣନା ହୋଇନଥିବା ଯୋଗୁ ମାନ୍ୟବର ସୁପ୍ରିମକୋର୍ଟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କର ପ୍ରତିନିଧିତ୍ୱ ଦିଗରେ ପ୍ରତବନ୍ଧକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୁନଶ୍ଚ ମ୍ୟୁନିସିପାଲିଟି ନିର୍ବାଚନରେ ମଧ୍ୟ ଏହି ବର୍ଗ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି । ତେଣୁ ୬ମାସ ନିର୍ବାଚନକୁ ଘୁଞ୍ଚାଇ ରାଜ୍ୟରେ ପଛୁଆବର୍ଗ ଜନଗଣନା କରିସାରିଲା ପରେ ମ୍ୟୁନିସିପାଲିଟି ଓ ଏନ୍.ଏ.ସି. ନିର୍ବାଚନ କରିବାକୁ ଏହି ପତ୍ର ଜରିଆରେ ଶ୍ରୀ ବେହେରା ଦାବି କରିଛନ୍ତି ।


