ଦାବି ଦୋହରାଇଲା ରାଜ୍ୟ ସବୁଜ ପତ୍ରିକାଧାରୀ ଉନ୍ନୟନ ପରିଷଦ

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍‍): ଓଡ଼ିଶାର ସାଢେ ସାତଲକ୍ଷ ସବୁଜ ପତ୍ରିକାଧାରୀଙ୍କ ନାର୍ଯ୍ୟଦାବି ମାସିକ ୭୫୦ଟଙ୍କା ପ୍ରୋତ୍ସହନ ଭତ୍ତା, ସହରାଞ୍ଚଳର ଘରଡ଼ିହହୀନ ସବୁଜପତ୍ରିକାଧାରୀ ପରିବାରଙ୍କୁ ୪୦ ଡ଼ିସିମିଲି ଓ ଗ୍ରାମାଞ୍ଚଳ ଘରଡ଼ିହହୀନ ସବୁଜ ପତ୍ରିକାଧାରୀ ପରିବାରଙ୍କୁ ୮୦ ଡିସିମିଲି ଘରଡ଼ିହ ପଟ୍ଟା ପ୍ରଦାନ ସହ ସବୁଜପତ୍ରିକାରେ ଲେଖାଥିବା ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇଦେବା ଦାବିରେ ପରିଷଦ ତା ୧.୨.୨୦୧୯ରିଖ ଠାରୁ ବିଧାନସଭା ସମ୍ମୁଖରେ ଅହୋରାତ୍ର ଗଣଧାରଣାରେ ବସିରହିଛି । ଗଣଧାରଣାର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଡ଼ାକି ପରିଷଦ ସହିତ ଆଲୋଚନା କରି ୭ ଦିନ ସମୟ ନେଇଥିଲେ । ମାତ୍ର ଆଜକୁ ୧୫ଦିନ ହେଲା ସରକାର ଏହା ଉପରେ କିଛି ବିଧିବଦ୍ଧ ସିଦ୍ଧାନ୍ତ ନେଇ ଘୋଷଣା କରିନଥିବାରୁ ପରିଷଦ ଗଣଧାରଣା ଜାରି ରଖିଛି । ଆଜି ବିଜେଡ଼ିର ମହିଳା ସଭାନେତ୍ରୀ ମିନତୀ ବେହେରାଙ୍କୁ ପରିଷଦର ସଂଗଠନ ସମ୍ପାଦକ ଅରୁଣ କୁମାର ସ୍ୱାଇଁ, ସାଧାରଣ ସମ୍ପାଦକ ଦେବରାଜ ନାଏକ, ଖୋର୍ଦ୍ଧାଜିଲ୍ଲା ସମ୍ପାଦିକା ଦିବ୍ୟଲତା ରାଉତ, ଜଗତସିଂହପୁର ଜିଲ୍ଲା ସଭାନେତ୍ରୀ ଗୀତାଞ୍ଜଳି ସ୍ୱାଇଁ, ନୂଆପଡ଼ା ଜିଲ୍ଲା ସଭାନେତ୍ରୀ ରାଧା ବାଗ, ବଲାଙ୍ଗୀର ଜିଲ୍ଲା ସଭାନେତ୍ରୀ ରମା ମହାନନ୍ଦ, କଟକ ଜିଲ୍ଲା ସମ୍ପାଦକ ଉମାକାନ୍ତ ମିଶ୍ରଙ୍କ ସମେତ ପଶ୍ଚିମ ଓଡ଼ିଶା ଓ ପୂର୍ବ ଓଡ଼ିଶାର ଜିଲ୍ଲା ଓ ବ୍ଲକ ସଂଯୋଜକ ସଭାନେତ୍ରୀ ବିଜେଡ଼ି କାର୍ଯ୍ୟାଳୟରେ ଭେଟି ସବିଶେଷ ଆଲୋଚନା କରିଥିଲେ । ଦଳର ସଭାନେତ୍ରୀ ଶ୍ରୀମତୀ ବେହେରା ଓ ଦଳର ବରିଷ୍ଠ କର୍ମକର୍ତ୍ତା କସ୍ତୁରୀ ମହାପାତ୍ର ଓ ଜ୍ୟୋତି ପାଣିଗ୍ରାହୀ ସବୁ ଶୁଣିବା ପରେ ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି ଦୃଢ ପ୍ରତିଶ୍ରୁତି ଦେବା ପରେ ପରିଷଦ ସମସ୍ତ ସଦସ୍ୟାଙ୍କୁ ସମ୍ମାନ ଜଣାଇ ଅପେକ୍ଷାରେ ଧାରଣାରତ ରହିବାକୁ କହି ଦଳୀୟ କାର୍ଯ୍ୟାଳୟରୁ ଧାରଣାସ୍ଥଳିକୁ ଫେରି ଆସିଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଗଣଧାରଣା ଜାରି ରହିବ ବାଲି ପରିଷଦ ନିଷ୍ପତ୍ତି ନିଆଯାଇଛି । ଯଦି ସରକାର ସହୃଦୟତାର ସହ ଉକ୍ତ ଦାବି ଉପରେ ବିଧିବଦ୍ଧ ଭାବରେ କିଛି ଘୋଷଣା ନ କରନ୍ତି, ତେବେ ବିକଳ୍ପ ପ୍ରକ୍ରିୟା ଗ୍ରହଣ କରାଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ