ଦାବି ପୂରଣ ନହେଲେ ରାସ୍ତା ରୋକ କରିବ ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘ

ଛତ୍ରପୁର, (ଦେବଦତ୍ତ ମହାରଣା):ଆଇଆରଇଏଲ . ଗ୍ରାସୀମ କମ୍ପାନୀ ଭଳି ଅନ୍ୟାନ୍ୟ କମ୍ପାନୀ ଗୁଡିକରେ ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘ (କାଳିଆବାଲି ଛକ ) କୁ ମାଲ ପରିବହନ କ୍ଷେତ୍ରରେ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ସଂଘର କର୍ମକର୍ତ୍ତା ମାନେ । ଏନେଇ କାଳିଆବାଲି ଛକ ନିକଟରେ ଥିବା ସଂଘର କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବିଶେଷକରି ଗଞ୍ଜାମ ଟ୍ରକ ଆସୋସିଏସନ, ଟ୍ରାନ୍ସପୋଟର ମାନେ ସେମାନଙ୍କୁ ଅଣଦେଖା କରୁଥିବା ବେଳେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି ବୋଲି କହିଥିଲେ । ମାଲ ପରିବହନରେ ଅନ୍ୟ ଗାଡି ମାନଙ୍କୁ ଅଧିକ ମାଲ ପରିବହନ ନିମନ୍ତେ ଦିଆଯିବା ସହ ସେମାନଙ୍କୁ ଅଧିକ ଦର ମଧ୍ୟ ମିଳୁଥିବା ବେଳେ ଆମ ସଂଘକୁ ସବର୍ଦା ଅଣଦେଖା କରାଯାଉଛି । ପରିବହନ ନିମନ୍ତେ ନିର୍ଦ୍ଧାରଣ କରାଯାଇଥିବା ଦର ଅନୁସାରେ ଆମ ସଂଘକୁ କମ ଦର ଦିଆଯାଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ଯାହା ଦ୍ୱାରା ସେମାନଙ୍କ ଗାଡି ଫାଇନାନ୍ସ ବାନ୍ଧିବାରେ ସେମାନଙ୍କୁ ଅସୁବିଧା ହେଉଥିବା କହିଛନ୍ତି । ଏଣୁ ସେମାନଙ୍କୁ ଛତ୍ରପୁର ଅଂଚଳକୁ ସବୁ ସମୟରେ ମାଲ ପରିବହନ ନିମନ୍ତେ ଦିଆଯାଉ, ସେମାନଙ୍କୁ ମାଲ ପରିବହନର ୫୦ ଭାଗ ଦିଆଯିବା ଭଳି ବିଭିନ୍ନ ଦାବି ନେଇ ସେମାନେ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ କମ୍ପାନୀ ମାନଙ୍କର ପତିବହନ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବାରୁ ଗତ ୨୧ ତାରିଖ ଦିନ ଗଞ୍ଜାମ ଏସପି, ଛତ୍ରପୁର ଉପଜିଲ୍ଲାପାଳ, ଛତ୍ରପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଛତ୍ରପୁର ତହସିଲଦାର, ଆରଟିଓ ଓ ଚମାଖଣ୍ଡି ଥାନାଧିକାରୀଙ୍କୁ ଜଣାଇଛନ୍ତି । ସେମାନଙ୍କ ଦାବି ପୂରଣ ନହେଲେ ଆସନ୍ତା ୧ ତାରିଖ ଦିନ କମ୍ପାନୀ ମାନଙ୍କରୁ ବାହାରୁଥିବା ସମସ୍ତ ମାଲବୋଝେଇ ଗାଡିକୁ ନ ଛାଡି ରାସ୍ତାରୋକ କରିବା ପାଇଁ ସେମାନେ ଚେତାବନୀ ଦେଇଛନ୍ତି । ଏପରିକି କିଛି ଦିନ ତଳେ ଦୁଇ ଟ୍ରକ ମାଲିକ ସଂଘ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା. ଏଥିରେ ଆମ ସଂଘର ୪୦ ଜଣଙ୍କ ନାମରେ ମାମଲା ରୁଜୁ ହେବାସହ ୬ ଜଣ ଗିରଫ ହୋଇଥିଲେ । ପରେ ଏହାର ସମାଧାନ ନେଇ ଏକ ବୈଠକ ହୋଇଥିଲା ସେଥିରେ ଯାହା ନିଷ୍ପତି ହୋଇଥିଲା ସେହି ଅନୁସାରେ କାମ ହେଉ ନାହିଁ ବୋଲି କହିଥିଲେ । ଏପରିକି ସଂଘର ୧୫୩ ଜଣଙ୍କ ୩ଶହରୁ ଉର୍ଦ୍ଧ୍ୱ ଗାଡି ରହିଥିଲେ ବି କାମ ନପାଇ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଗୋପାଳପୁର ଟ୍ରକ ମାଲିକ ସଂଘ (କାଳିଆବାଲୀ ଛକ) ର ସଭାପତି ଶିବାନୀ ଶଙ୍କର ଦଳାଇ, ଉପସଭାପତି ଏସ୍‌. ଧର୍ମରାଜୁ ରେଡ୍ଡୀ, କୋଷାଧ୍ୟକ୍ଷ ଆର୍‌. ମୁନା ରାଓ, କାର୍ଯ୍ୟକାରୀ ସଦସ୍ୟ ଭଗବାନ ନାହାକ, ସୁରେନ୍ଦ୍ର ସେଠୀ, ବାବୁଲି ବିଶ୍ୱାଳ, ରାଜେନ୍ଦ୍ର ନାହାକ, ଚନ୍ଦନ ସେଠୀ, ଜିଲୁ ଦାଶଙ୍କ ସମେତ ସଂଘର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ