ଦାବୀ ପୁରଣ ନହେଲେ ଧାରଣା ଦେବ ବରିଷ୍ଠ ନାଗରିକ ମଂଚ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ): ବ୍ରହ୍ମପୁର ରେଳ ଷ୍ଟେସନ ଠାରୁ ଶ୍ରୀକ୍ଷେତ୍ର ଧାମ ପୁରୀକୁ ଟ୍ରେନ ଯୋଗେ ସିଧାସଳଖ ଗମନାଗମନ କରିବା ନିମନ୍ତେ ପୂର୍ଣ୍ଣ ସମର୍ଥନରେ ଦସ୍ତଖତ ଅଭିଯାନରେ ସାମିଲ ହୋଇ ଦସ୍ତଖଦ କରିଥିଲେ । ସୂଚନାନୁଯାୟୀ ଦୀର୍ଘ ବର୍ଷ ଧରି ସ୍ଥାନୀୟ ବିଜିପୁର ମୁଖ୍ୟ ରାସ୍ତା ଶ୍ରୀ ଜଗନ୍ନାଥ ମନ୍ଦିର ଭକ୍ତି ମଣ୍ଡପ ଠାରେ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ରେଳ ବିଭାଗ ନିକଟରେ ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ମଙ୍ଗଳବାର ସକାଳ ୭ ଘଣ୍ଟିକା ଠାରୁ ୯ ଟା ପର୍ଯ୍ୟନ୍ତ ଦସ୍ତଖତ ଅଭିଯାନ ଆରମ୍ଭ କରି ଦସ୍ତଖତ କରିଥିଲେ । ଉକ୍ତ ଦସ୍ତଖତ ଅଭିଯାନରେ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ,ରମେଶ ଚନ୍ଦ୍ର ସାହୁ ,ଗୈାରୀ ଶଙ୍କର ମହାନ୍ତି ,ଗୈାରୀ ଶଙ୍କର ମହାନ୍ତି ବହୁ କର୍ମକର୍ତ୍ତା ରେଳ ଯାତ୍ରୀ ମାନଙ୍କୁ ବୁଝାଇଥିଲେ ।ସଭାପତି ତ୍ରୀନାଥ ମହାନ୍ତି ଜଣାଇଛନ୍ତି ଯେ ଡିସେମ୍ବର ୨୦ ତାରିଖରେ ରେଳଷ୍ଟେସନ ପ୍ରବନ୍ଧକଙ୍କ ଜରିଆରେ ସ୍ୱାକ୍ଷରିତ ହୋଇଥିବା ଦସ୍ତଖତ ପ୍ରଦାନ କରାଯିବ । ଯଦି ନୂତନ ବର୍ଷ ଜାନୁୟାରୀ ମାସ ୬ ତାରିଖ ମଧ୍ୟରେ ଯଦି ଦାବି ପୂରଣ ନହୁଏ ତେବେ ଜାନୁୟାରୀ ୭ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ତଥା ଏକ ସପ୍ତାହ ଧରି ସକାଳ ୭ ଟା ଠାରୁ ୯ ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବ ବୋଲି ତ୍ରିନାଥ ମହାରଣା ସୂଚନା ଦେଇଛନ୍ତି ।


