ଦାମୀ ଫୁଲ
ଫୁଲ ତ ଅନେକ ଦେଖିଥିବେ ଆଉ କିଣିଥିବେ । ହେଲେ ଏଠାରେ ଯଉଁ ଫୁଲଗୁଡ଼ିକ ବିଷୟରେ କୁହାଯାଉଛି, ତାହାକୁ କିଣିବା ଟିକେ କଷ୍ଟକର । କାରଣ ସେଗୁଡିକର ଦାମ୍ ସାଧାରଣ ଫୁଲ ଦାମଠାରୁ ଢେର୍ ଗୁଣା ଅଧିକ । ସେଥିପାଇଁ ତ ଏଗୁଡ଼ିକୁ ଦାମୀ ଫୁଲ ତାଲିକାରେ ସାମିଲ କରାଯାଇଛି ।
କଦୁପୁଲ ଫ୍ଲାୱାର୍: ଏହା ଏକ ଦୁର୍ଲ୍ଲଭ ଫୁଲ । ଖୁବ୍ କମ୍ ସମୟ ପାଇଁ କେବଳ ରାତିରେ ହିଁ ଏହା ଫୁଟେ । କିନ୍ତୁ ଯେତିକି ସମୟ ପାଇଁ ଫୁଟେ, ଏହାର ବାସ୍ନାରେ ଚାରିଆଡ଼ ମହକିଯାଏ । ତେଣୁ ଏହି ଫୁଲର ମୂଲ୍ୟ ସମ୍ପର୍କରେ କିଛି ବି ଠିକ୍ କହି ହୁଏ ନାହିଁ । ଏହାକୁ ଏକ ଅମୂଲ୍ୟ ଫୁଲ ଭାବେ ଗଣନା କରାଯାଇଥାଏ ।
ଜୁଲିଏଟ୍ ରୋଜ୍: ଏହାକୁ ଦୁନିଆର ସବୁଠୁ ସୁନ୍ଦର ଗୋଲାପ ଫୁଲ ବୋଲି କୁହାଯାଏ । ୨୦୦୬ରେ ଲଣ୍ଡନରେ ଅନୁଷ୍ଠିତ ହାଇଥିବା ଚେଲ୍ସି ଫ୍ଲାୱାର୍ ଶୋ’ରେ ସର୍ବପ୍ରଥମେ ଏହି ଫୁଲର ପ୍ରଦର୍ଶନୀ ହୋଇଥିଲା । ଯେଉଁଠାରେ ଏହି ଫୁଲର ଏକ ବୁକେର ଦାମ୍ ରଖାଯାଇଥିଲା ପ୍ରାୟ ୧୫.୮ ମିଲିୟନ୍ ଡଲାର୍ ।
ଶେନଜେନ୍ ନଙ୍ଗକେ ଅର୍କିଡ୍: ଅର୍କିଡ୍ ପ୍ରଜାତିର ଏହି ଦୁର୍ଲ୍ଲଭ ଫୁଲକୁ ଚାଷ କରିବା ଏତେ ସହଜସାଧ୍ୟ ନ ଥିଲା । ଏଥିପାଇଁ ଏକ ଏଗ୍ରିକଲଚର୍ ରିସର୍ଚ୍ଚ ଅର୍ଗାନାଇଜେଶନକୁ ପ୍ରାୟ ୫ ବର୍ଷ ପରିଶ୍ରମ କରିବାକୁ ପଡିଥିଲା । ତେଣୁ ଏହା ଯେବେ ନିଲାମ ହେଲା, ଏହାର ବଜାର ମୂଲ୍ୟ ଥିଲା ପ୍ରାୟ ୨୦୦,୦୦୦ ଡଲାର ।
ଗୋଲ୍ଡ ଅଫ୍ କିନାବାଲୁ ଅର୍କିଡ୍ : ଏହି ଅର୍କିଡ୍ ମୁଖ୍ୟତଃ ମାଲେସିଆ ସ୍ଥିତ କିନାବାଲୁ ନ୍ୟାଶନାଲ ପାର୍କରେ ଦେଖିବାକୁ ମିଳିଥାଏ । ସେଥିପାଇଁ ଏହାର ଗୋଟିଏ ଫୁଲ ପ୍ରାୟ ଛଅ ହଜାର ଡଲାରରେ ବିକ୍ରି ହେଉଥିବା ସୂଚନା ରହିଛି ।