ଦାରିଙ୍ଗବାଡ଼ିଠାରେ ମୃଦୁ ଭୂମିକମ୍ପ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଠାରେ ଗୁରୁବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଅପରାହ୍ନ ପ୍ରାୟ ୨ଟା ୫୭ ମିନିଟ୍ରେ ଶବ୍ଦ ହେବା ସହ ଭୂମି ଥରି ଉଠିଥିଲା। ଫଳରେ ଲୋକେ ଭୟଭୀତ ହୋଇ ଘରୁ ପଦାକୁ ବାହାରି ଆସିଥିଲେ। ଲକ୍ଡାଉନ ଯୋଗୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମାର୍କେଟ ଖୋଲାରହୁଥିବାରୁ ଲୋକେ ପ୍ରାୟତଃ ଘରେ ରହିଥିଲେ। ଏନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। କେଉଁଠି କିଛି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ମାତ୍ର ଦାରିଙ୍ଗବାଡ଼ିରେ ଭୂମିକମ୍ପ ତୀବ୍ରତା ମାପିବାକୁ କୌଣସି ଯନ୍ତ୍ର ନ ଥିବାରୁ ଏହାର ତୀବ୍ରତା କେତେ ରହିଥିଲା ଜଣାପଡିନାହିଁ।