ଦାରିଙ୍ଗବାଡ଼ିରେ ଖାଦ୍ୟ ନିରାପତ୍ତାକୁ ନେଇ ପଞ୍ଜିକରଣ ମେଳା ଅନୁଷ୍ଠିତ
ଦାରିଙ୍ଗବାଡି, (ପ୍ରିୟାବ୍ରତ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ଖାଦ୍ୟ ନିରାପତ୍ତାକୁ ନେଇ ଏକ ସଚେତନତା ସହ ଖାଦ୍ୟ ବ୍ୟବସାୟଙ୍କ ନାମ ପଞ୍ଜିକରଣ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏହା ଆୟୋଜନ ହୋଇଥିବା ବେଳେ ଜାଗୃତି ସଭଗୃହ ମଧ୍ୟରେ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଖାଦ୍ୟ ନିରାପତ୍ତା ପ୍ରାଧିକାରଣର ଅଧିକାରୀ ସତ୍ୟବ୍ରତ ଷେଣ୍ଢ ସମସ୍ତ ବ୍ୟବସାୟି ମାନଙ୍କୁ ଖାଦ୍ୟ ସୁରକ୍ଷା ସମ୍ପର୍କରେ ସଚେତନ କରାଇବା ସହ ଅନଲାଇନ ପଞ୍ଜିକୃତ କରାଇଥିଲେ। ଯେଉଁ ମାନେ ଏହି ଶିବିରରେ ପଞ୍ଜିକୃତ କରିବାରୁ ବଞ୍ଚିତ ହୋଇଛନ୍ତି ସେମାନେ ଅନଲାଇନରେ ପଞ୍ଜିକୃତ କରାଇପାରିବେ ବୋଲି ସେ କହିଛନ୍ତି | ତେବେ ୬୦ରୁ ଉର୍ଦ୍ଧ ବ୍ୟବସାୟୀ ପଞ୍ଜିକରଣ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ଲକରେ ଏଭଳି ଶିବିର କରାଯାଇ ପଞ୍ଜିକୃତ କରାଯାଉଛି । ପ୍ରଥମେ ଜି.ଉଦୟଗିରି ବ୍ଲକରେ ଏହି ମେଳା ଅନୁଷ୍ଠିତ ହୋଇଥିବା ବେଳେ ଦ୍ଵିତୀୟ ବ୍ଲକ ଭାବେ ଦାରିଙ୍ଗବାଡିରେ ଏହି ମେଳାର ଆୟୋଜନ କରାଯାଇଥିବା ମଧ୍ୟ ସେ କହିଛନ୍ତି | ହାତ ପାହାନ୍ତରେ ବ୍ୟବସାୟୀମାନେ ପଞ୍ଜିକୃତ ହୋଇଥିବାରୁ ଦାରିଙ୍ଗବାଡି ବଣିକ ସଙ୍ଘ ସମେତ ବ୍ରାହ୍ମଣୀଗାଁ, ସିମନବାଡି, ଗଦାପୁର, ବୁଡଗୁଡା ଆଦି ପଞ୍ଚାୟତ ଅଞ୍ଚଳର ବ୍ୟବସାୟୀ ମାନେ ଜିଲ୍ଲା ପ୍ରଶାସନ ଓ ଖାଦ୍ୟ ନିରାପତ୍ତା ପ୍ରାଧିକରଣ ବିଭାଗକୁ ସାଧୁବାଦ ଜଣାଇଛନ୍ତି। ଏହା ଦ୍ୱାରା ବ୍ୟବସାୟୀ ଏବଂ ଜିଲ୍ଲାପ୍ରସାସନ ସହ ଉତ୍ତମ ସମ୍ପର୍କ ସ୍ଥାପନ ହୋଇପାରିଥିବା ବ୍ୟବସାୟୀ ସଙ୍ଘର ଦିଲୀପ କୁମାର ସାହୁ, ଭଗବାନ ସାହୁ, ଲଡ଼ୁ କିଶୋର ସାହୁ,ପ୍ରମୁଖ କହିଛନ୍ତି |