ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜାତୀୟ ଡେଙ୍ଗୁ ଦିବସ ପାଳନ
ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଇଛି । ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ଗୋଷ୍ଠି ଜନସ୍ଵାସ୍ଥ୍ୟ ଅଧିକାରୀ ଡା. ଜୟପାଳ ସେନାପତିଙ୍କ ଅଧ୍ୟକ୍ଷତାରେ ଜାତୀୟ ଡେଙ୍ଗୁ ଦିବସ ପାଳନର ଗୁରୁତ୍ୱ ଓ ଡେଙ୍ଗୁ ରୋଗ ସମ୍ପର୍କରେ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ । ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ସରକାରୀ, ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର ଓ ଜାଗୃତି ସ୍ପେଛାସେବୀ ପ୍ରତିନିଧି ଯୋଗ ଦେଇଥିଲେ । ଏହାର ସଂଯୋଜନା ଭେକ୍ଟର ବାହିତ ରୋଗ ଟେକ୍ନିସିଆନ ସୁପରଭାଇସର ସଂଗ୍ରାମ ନାୟକ କରିଥିଲା ବେଳେ ଡେଙ୍ଗୁ ରୋଗର ଲକ୍ଷଣ,ପ୍ରତିଷେଧକ ପ୍ରତିକାର ଓ ଚିକିତ୍ସା ସମ୍ପର୍କରେ ଜନସ୍ଵାସ୍ଥ୍ୟ ଶିକ୍ଷା ସଂଗଠକ ଜଗନାଥ ନାୟକ, ଡା.ସୁମନ୍ତ ପଣ୍ଡା ବକ୍ତବ୍ୟ ପ୍ରଦାନ କରିଥିଲେ । ଡେଙ୍ଗୁ ରୋଗରୁ ମୁକ୍ତି ପାଇବା ପାଇଁ ମସାରି ଟାଙ୍ଗି ଶୋଇବା, ଘର ପରିସରରେ ପାଣିଜମି ରହିବାକୁ ନଦେବା ସହିତ ସଫାସୁତୁରା ରଖିବାକୁ ଆହ୍ବାନ କରିଥିଲେ । ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଞ୍ଚଳରେ ଏହି ବିଷୟରେ ସେଚେତନ କରିବାକୁ ପ୍ରକାଶ କରିଥିଲେ ।