ଦାରିଙ୍ଗବାଡ଼ି ବ୍ଲକ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ବିପର‌୍ୟ୍ୟସ୍ତ

ଦାରିଙ୍ଗବାଡି ବ୍ଲକର ୨୫ଟି ଗ୍ରାମ ପଞ୍ଚାୟତରେ ଥିବା ସମସ୍ତ ଗ୍ରାମର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ୨୫ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ରହିଛି । ଉକ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ଗ୍ରାମଞ୍ଚଳ ଜନସାଧାରଣ ତଥା ଗର୍ଭବତୀ, ପ୍ରସୂତୀ, କିଶୋରୀ ଓ ଶିଶୁଙ୍କ ପାଇଁ ନିୟମିତ ସ୍ୱାସ୍ଥ୍ୟ ପରାମର୍ଶ, ସଚେତନ, ପରୀକ୍ଷା ଓ ଚିକିତ୍ସା ଯୋଗାଇବା ସହିତ ୨୪ ଘଣ୍ଟିଆ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ପାଇବା ସହ ଲକ୍ଷଲକ୍ଷ ଟଙ୍କା ବ୍ୟୟବରାଦ କରି ସ୍ୱାସ୍ଥ୍ୟ ଉପକେନ୍ଦ୍ର କୋଠାବାଡ଼ି କରାଯାଇ ଅଛି । ହେଲେ ଉକ୍ତ ୨୫ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ୧୦ଟି ଉପକେନ୍ଦ୍ର ବାଡ଼ାବାଙ୍ଗା, କିରିକୁଟି, କୁନ୍ଦୁପାଙ୍ଗା, ସ୍ୟାଙ୍ଗବାଲି, ଦାସିଙ୍ଗବାଡ଼ି, ଦନେକବାଡ଼ି, ପର୍ତ୍ତମହା, ଶ୍ରାନିକେତା, ହାତିମୁଣ୍ଡା ଓ ସରାମୁଳିରେ ସ୍ୱାସ୍ଥ୍ୟ କର୍ମୀ ରହୁନଥିବାରୁ ନିୟମିତ ସ୍ୱାସ୍ଥ୍ୟ ପରାମର୍ଶ, ସଚେତନ, ପରୀକ୍ଷା ଓ ଚିକିତ୍ସା ନପାଇବା ସହିତ ୨୪ ଘଣ୍ଟିଆ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଦାସିଙ୍ଗବାଡ଼ି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ପ୍ରସୂତୀ କେନ୍ଦ୍ର ଭାବେ ସମସ୍ତ ସୁବିଧା ରହିଛି । ହେଲେ ଏଠାରେ ସ୍ୱାସ୍ଥ୍ୟ କର୍ମୀ ରହୁନଥିବାରୁ ଏହାର ସୁବିଧା ମିଳୁନାହିଁ । ସେହିପରି ଶ୍ରାନିକେତା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ମାତ୍ର ୩ କିଲୋମିଟର ଦୂରରେ ତଥା ଦାରିଙ୍ଗବାଡ଼ି -ବାଲିଗୁଡ଼ା ଜାତୀୟ ରାଜପଥ କଡ଼ରେ ରହିଥିଲେ ମଧ ଏଠାରେ ସ୍ୱାସ୍ଥ୍ୟ କର୍ମୀ ରହୁନାହାନ୍ତି । କହିବାକୁ ଗଲେ ଦୀପତଳ ଅନ୍ଧାର ଭାବେରହିଛି । ଏହା ଫଳରେ ଉପକେନ୍ଦ୍ର କୋଠା ଗୁଡ଼ିକ କାମରେ ନଲାଗି କେତକ ନଷ୍ଟହୋଇଥିଲା ବେଳେ ଆଇକେତୋଟି ନଷ୍ଟ ହେଉଥିବା କୁହାଯାଉଛି । ସ୍ୱାସ୍ଥ୍ୟ କର୍ମୀମାନେ ସପ୍ତାହରେ ତିନିଦିନ ମଙ୍ଗଳବାର, ବୁଧବାର ଓ ଶୁକ୍ରବାର ଏହିପରି ମାସରେ ୧୨ଦିନ କେତୋଟି ଗାଁବୁଲି କାର‌୍ୟ୍ୟକରି ନିଜର ମାସକର କାମ କାଗଜପତ୍ରରେ ସରିଯାଉଛି । ଉପକେନ୍ଦ୍ର ମାନଙ୍କରେ ରହିବା ପରିବର୍ତ୍ତେ ବ୍ଲକ ମହକୁମାରେ ରହୁଥିବା କୁହାଯାଉ ଅଛି । ଜନତାଙ୍କ ସ୍ୱାସ୍ଥ୍ୟ ସେବା ଆବଶ୍ୟକ ନେଇ ଉପକେନ୍ଦ୍ର ଗଲେ ଉପକେନ୍ଦ୍ରରେ ସବୁବେଳେ ତାଲା ପଡିଥିବା ଦେଖିବାକୁ ମିଳୁଛି । ସରକାର କୋଟି କୋଟି ଟଙ୍କାର ବ୍ୟୟବରାଦ କରି ଯୋଜନା କରିବା ସହିତ ମୋଟ ଅଙ୍କର ମାସିକ ଦରମା ଦେଇ କର୍ମୀଙ୍କୁ ନିଯୁକ୍ତି କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅବହେଳାରୁ ହେଉକି କର୍ମୀଙ୍କୁ ସହଯୋଗରୁ ସାଧାରଣ ନିରୀହ ଜନତା ଆବଶ୍ୟକ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିବା ଜଣାପଡ଼ିଛି । ଏହାଫଳରେ ହାତ ପାହାନ୍ତରେ ତଥା ଘର ନିକଟରେ ସ୍ୱାସ୍ଥ୍ୟ ସେବା ନପାଇ କିଏ ୧୫ କିଲୋମିଟର ତକିଏ ୨୦ କିଲୋମିଟର ଦୂରକୁ ଯାଇ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସେବାପାଉଥିବା ଜଣାପଡ଼ିଛି । ଏହାଫଳରେ ଅକେକ ଲୋକଙ୍କ ଜୀବନ ରକ୍ଷା ପାଇବା ବଦଳରେ ଜୀବନ ହରଉ ଥିବା ନଜିର ରହିଛି । ଏହି ବିଷୟରେ ଗୋଷ୍ଠି ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା.ଜୟପାଳ ସେନାପତିଙ୍କ ସହ ଯୋଗାଯୋଗରେ ଉକ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀଙ୍କ ଅନୁପସ୍ଥିତିକୁ ସ୍ପିକାର କରିବା ସହିତ କେତେକ କେନ୍ଦ୍ର ରହିବା ପାଇଁ ସମସ୍ୟା ରହିଥିବା କହିଛନ୍ତି । ସେସମସ୍ତ କେନ୍ଦ୍ରରେ ରହିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଦାରିଙ୍ଗବାଡ଼ି ବ୍ଲକ ଓ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଜିଲ୍ଲାରେ ସର୍ଵବୃହତ ଭାବେ ରହିଛି । ଏଠାରେ ଜନସଂଖ୍ୟା ଏକଲକ୍ଷ ୨୮ ହାଜରରୁ ଅଧିକ ରହିଥିଲା ବେଳେ ସେହିନୁସାରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସବୁପ୍ରକାର ବ୍ୟବସ୍ଥା ରହିଛି । ହେଲେ ସେହିପ୍ରକାରେ ସେବମିଳୁନାହିଁ । ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ କାର‌୍ୟ୍ୟାନୁଷ୍ଠାନ ନେଇ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ