ଦାରିଙ୍ଗବାଡିରେ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ଦାରିଙ୍ଗବାଡ଼ି ,(ଯୁଗାବ୍ଦ ନ୍ୟୁଜ୍) ଦାରିଙ୍ଗବାଡ଼ି ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର‌୍ୟ୍ୟାଳୟ ଠାରେ ଓଡିଶା ସରକାରଙ୍କ ନିର୍ଦେଶ ଅନୁଯାୟୀ ସିଟି ଓ ବିଏଡ଼ ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ପର‌୍ୟ୍ୟାୟରେ ଦାରିଙ୍ଗବାଡ଼ି ବ୍ଲକର କାଟିଙ୍ଗିଆ, କୁମ୍ଭାରୀଗାଁ, ଗୁମିକିଆ, ବୁଡାଗୁଡ଼ା, ବାଡ଼ାବାଙ୍ଗା ଓ ତିଲୋରୀ କ୍ଲଷ୍ଟରର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି।୨୦୧୧ ମସିହା ଜାନୁଆରୀ ୧ ତାରିଖ ପରଠାରୁ ଯେଉଁମାନେ ଚାକିରିରୁ ନିୟମିତ ହୋଇଛନ୍ତି ଓ ନୂତନ ଭାବେ ଚାକିରୀ କରିଛନ୍ତି ସେମାନଙ୍କ ସମସ୍ତ ଅର୍ଜିନାଲ ସାର୍ଟିଫିକେଟ ଯାଞ୍ଚ କରାଯାଉଥିବା ସହ ଏହାର ନକଲ କପି ରଖାଯାଉଥିବା ଦେଖିବାକୁ ମିଳିଛି।ମୂଖ୍ୟତଃ ଯେଉଁମାନେ ଆନ୍ଧ୍ର ବିଏଡ଼ କରିଛନ୍ତି ସେମାନଙ୍କ ଉପରେ ବିଭାଗ ତିଖ୍ନ ନଜର ରଖିଥିବା ଜଣାପଡିଛି।ପ୍ରଥମ ପର‌୍ୟ୍ୟାୟରେ ୫୫ ଜଣ ଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିବା ବେଳେ କ୍ଲଷ୍ଟର ଅନୁଯାଇ ଆସନ୍ତା ୨୮ ତାରିଖ ପର‌୍ୟ୍ୟନ୍ତ ଯାଞ୍ଚ ପ୍ରକ୍ରିୟା ଚାଲିବା ନେଇ ଅଫିସ ପକ୍ଷରୁ ସୂଚନା ମିଳିଛି।ଏବିଇଓ ସୁବାସିନୀ ଦିଗାଳ, ବିନାୟକ ମାହାପାତ୍ର,ଦାଶରଥି ମହାରଣା ସାର୍ଟିଫିକେଟ ଯାଞ୍ଚ କରୁଥିବା ବେଳେ ବିରଞ୍ଚିନାରାୟଣ ନାୟକ, ମାନସ କୁମାର ଶଢଙ୍ଗୀ,ଜୟନାରାୟଣ ପତ୍ର ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ