ଦାରିଙ୍ଗବାଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଚିକିତ୍ସାରେ ଅବହେଳା
ଦାରିଙ୍ଗବାଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଗାଈଗୋରୁ ଭଳି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ରୋଗୀ ଅଭିଯୋଗ କରୁଛନ୍ତି। ରୋଗୀଙ୍କ ପାଇଁ ଆବଶକ୍ୟ ବେଡ଼ ନଥିବା ହେତୁ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ତଳେ ଶୋଇବାକୁ ପଡ଼ୁଛି।ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ଚଟାଣକୁ ଠିକ ଭାବେ ସଫା କରାଯାଉନଥିବାରୁ ରୋଗୀ ଏଠି ଭଲ ହେବା ପରିବର୍ତ୍ତେ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେଉଛନ୍ତି।ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିବା ଉଭୟ ମହିଳା ପୁରୁଷ ଶୌଚଳୟରେ ପ୍ରତିସମୟରେ ତାଲା ଝୁଲୁଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ଜେନେରେଟର ଓ ଇନଭଟର ରହିଥିଲେ ମଧ୍ୟ ରୋଗୀ ବିଦ୍ୟୁତ କଟିଗଲେ ଅନ୍ଧାରରେ ରହୁଛନ୍ତି।ଏହିଭଳି ବିଭିନ୍ନ ସମସ୍ୟା ଦାରିଙ୍ଗବାଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିଲେ ମଧ୍ୟ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇପାରୁନଥିବା ରୋଗୀ ଅଭିଯୋଗ କରୁଥିବା ବେଳେ ଏନେଇ ଗୋଷ୍ଠି ଅଧିକାରୀ ଜୟପାଲ ସେନାପତିଙ୍କୁ ପଚାରିବାରୁ ସେ କେମେରା ଆଗରେ ରହିବା ସହ ସମସ୍ତ ଅଭିଯୋଗ ମିଛ ବୋଲି କହିଛନ୍ତି।ଏଦିଗରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିଲେ ରୋଗୀ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ପ୍ରକାଶ ପାଇଛି।