ଦାରିଙ୍ଗବାଡି ପରେ ବାଲିଗୁଡାରେ ଭେଜାଲ ଅଣ୍ଡା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଦାରିଙ୍ଗବାଡ଼ି ପରେ ଏବେ ବାଲିଗୁଡ଼ାରେ ଭେଜାଲ୍‍ ଅଣ୍ଡାକୁ ନେଇ ଚର୍ଚ୍ଚା ଜୋର ଧରିଛି। କୋଭିଡ-୧୯ ପାଇଁ ସମଗ୍ର କନ୍ଧମାଳ ଜିଲା ଲକଡାଉନ ଓ ସଟଡାଉନରେ ନିୟମରେ ଗତି କରୁଛି। ଦିନକୁ ଦିନ ଜିଲାରେ ମଧ୍ୟ କାୟା ବିସ୍ତାର କରୁଛି କରୋନା ଏଥି ନିମନ୍ତେ ବାହାର ଜିଲାରୁ କେହି ଆସି ପାରିବେନି ଆଉ କେହିବି ବାହାରକୁ ଯାଇ ପାରିବେନି ଓ ଜିଲାର ଦୋକାନ ବଜାର ସଂପୁର୍ଣ୍ଣ ବନ୍ଦ ରହିଅଛି। ଯାହାଫଳରେ ସାଧାରଣ ଲୋକଙ୍କୁ ପନିପରିବା ଓ ଅନ୍ୟ ଜିନିଷ ସାମଗ୍ରୀ ମିଳିବା କଷ୍ଟସାଧ୍ୟ ହେଉଛି।ଏହି ପରିପେଖିରେ ଲୋକେ ପନି ପରିବା ବଦଳରେ ଘରକୁ ଅଣ୍ଡା ନେଉଥିବା ଦେଖିବାକୁ ମିଳିଛି। କିନ୍ତୁ ଏହାର ଫାଇଦା ନେଇ କିଛି ଅସାଧୁ ବ୍ୟବସାୟୀ କମ ପଇସାରେ ଭେଜାଲ ଅଣ୍ଡା ଆଣି ଗ୍ରାହକଙ୍କ ଠାରୁ ଅଧିକା ମୁଲ୍ୟରେ ଅଣ୍ଡା ବିକ୍ରୀ କରୁଥିବା ଜଣାପଡିଛି। ଏହାର ଏକ ନମୁନା ଦେଖିବାକୁ ମିଳିଛି ଆଜି ବାଲିଗୁଡା ସହରରେ। ଗତ କାଲି ବାଲିଗୁଡା ସହରର ଭଗାମୁଣ୍ଡା ସାହିର କିଛି ବ୍ୟକ୍ତି ବଜାରରୁ ଘର ପାଇଁ ଏକ ସପ୍ତାହର ଅଣ୍ଡା କିଣି ନେଇଥିଲେ। ଏହି ଅଣ୍ଡାକୁ ରୋଷେଇ କରିବା ସମୟରେ ଅଣ୍ଡାକୁ ସମୟଧରି ସିଝେଇବା ପରେ ଦେଖିବାକୁ ପାଇଥିଲେ ଯେ କିଛି ଅଣ୍ଡା କଂଚା ଥିବା ବେଳେ ଆଉ କଛି ଅଣ୍ଡା କେଶର ଲମ୍ବା ହୋଇଯାଉଛି ଓ ଏହାକୁ ହାତରେ ଧରିଲେ ରବର ଓ ରବର ଭଳି ଲାଗୁଛି ଓ ଆଉ କିଛି ଅଣ୍ଡାର କେଶର ଜମାରୁ ସିଝୁନାହିଁ। ଏହି ଅଣ୍ଡାକୁ ନେଇ ବାଲିଗୁଡାରେ ଚର୍ଚା ଯୋର ଧରିଛି। କିଛିଦିନ ପୁର୍ବରୁ ବାଲିଗୁଡା ଉପଖଣ୍ଡ ଅଧିନସ୍ଥ ଦାରିଙ୍ଗବାଡି ବ୍ଲକରେ ବି ପ୍ଲାଷ୍ଟିକ ଅଣ୍ଡା ଦେଖିବାକୁ ମିଳିଥିଲା। ଏହା ଲୋକ ଲୋଚନକୁ ଆସିବା ପରେ ଗଣମାଧ୍ୟମରେ ପ୍ରଚାର ପ୍ରଶାର ବି ହୋଇଥିଲା। ବର୍ତମାନ ବାଲିଗୁଡାରେ ଏହି ଭେଜାଲ ଅଣ୍ଡା ଦେଖିବାପରେ ଖାଉଟି ଆତଙ୍କିତ ହୋଇଗଲେଣି। ଖାଉଟିମାନେ କହୁଛନ୍ତି ଚାଲିଥିବା ସଟଡାଉନରେ ପରିବାପତ୍ର ନମିଳିଥିବା ବେଳେ ଅଣ୍ଡା ଦ୍ୱାରା କାମ ଚଳିଯାଉଥିଲା କିନ୍ତୁ ଏହି ଭେଜାଲ ଅଣ୍ଡା ବଜାରରେ ମିଳୁଥିବା ଖବର ମିଳିବା ପରେ ଆମେ ଆଉ କଣ ଖାଇବୁ ବୋଲି କହୁଛନ୍ତି। ବାଲିଗୁଡାର ଖାଉଟି ବିଭାଗ କେବେ ଦୋକାନରେ ଚଢାଉ କରି ନାହାନ୍ତି କି ଦୋକାନି ମାନେ ଖାଉଟି ମାନଙ୍କୁ ଠିକ ଦର ସହ ଉପଯୁକ୍ତ ଜିନିଷ ଦିଆଯାଉଛିି ନାହିଁ ତାହା କେବେ ପରଖି ନାହାନ୍ତି ବୋଲି ଖାଉଟି ମହଲରେ ଆଲୋଚନା ହେଉଛି।ଯାହାଦ୍ୱାରା କି ଅଂଚଳବାସୀ ମାନେ କହିବା ଅନୁଯାୟୀ ଉପଖଣ୍ଡ ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଅପରଗତା ଯୋଗୁଁ ଏହି ଭଳି ଅନେକ ଭେଜାଲ ସାମଗ୍ରୀ କିଛି ଦିନ ବ୍ୟବଧାନରେ ଦେଖିବାକୁ ମିଳୁଛି।ତୁରନ୍ତ ଏହି ଭେଜାଲ ଅଣ୍ଡା ପ୍ରତି ପ୍ରସାସନ ଦୃଷ୍ଟି ବାଲିଗୁଡାରେ କେତେ ଭେଜାଲ ଅଣ୍ଡା ଗୋଦାମ ମାନଙ୍କରେ ଗଛିତ ଅଛି ତାହା ଉପରେ ଚଢାଉ କରାଯାଉ ବୋଲି ଦାବୀ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ