ଦାରିଙ୍ଗବାଡି ବ୍ଲକରେ କୀଟନାଶକ ପିଇ ଜଣେ ଯୁବକର ମୃତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନାର ବାଡାବାଙ୍ଗା ପଞ୍ଚାୟତ ଅଧିନ କରୁମାହା ଗ୍ରାମରେ କୀଟନାଶକ ପିଇ ଜଣେ ଯୁବକଙ୍କର ମୃତ୍ୟ ଘଟିଛି। ଏନେଇ ଦାରିଙ୍ଗବାଡ଼ି ଥାନାରେ କେସନଂ ୮ରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ହେଲେ କରୁମାହା ଗ୍ରାମର ବନ୍ଧୁରାଜ ପ୍ରଧାନ।ସୂଚନା ପ୍ରକାରେ, ବନ୍ଧୁରାଜ ଗତକାଲି ଗ୍ରାମରେ ହେଉଥିବା ଜନୈକ ବ୍ୟକ୍ତିଙ୍କର ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ। ତେବେ ସେଠାରୁ ଫେରିବା ସମୟରେ ସେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ନିଶାସକ୍ତ ଅବସ୍ଥାରେ ଫେରିବାରୁ ପ୍ରତିଦିନ ଏହିଭଳି ନିଶାସକ୍ତ ହୋଇ ଘରକୁ ଫେରୁଥିବାରୁ ଘର ଲୋକେ ଏଥିରେ ଆପତ୍ତି ଜଣାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବନ୍ଧୁରାଜ ନିଶାସକ୍ତ ଅବସ୍ଥାରେ ଘରେ କୋବି ଚାଷ ପାଇଁ ଜମିରେ ପକାଇବାପାଇଁ ରଖିଥିବା କୀଟନାଶକ ଔଷଧ ପିଇ ଦେଇଥିଲେ। ଯାହାଫଳରେ ସେ ଗୁରୁତର ହୋଇଥିଲେ।ଗୁରୁତର ଅବସ୍ଥାରେ ତାଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଥିଲା lସକାଳୁ ମୃତକଙ୍କ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ