ଦାରିଙ୍ଗବାଡି ବ୍ଲକ: ଅଧ୍ୟକ୍ଷାଙ୍କ ସଭ୍ୟପଦ ରଦ୍ଦ, ଦାୟିତ୍ୱରେ ଉପାଧ୍ୟକ୍ଷ

ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ସଭ୍ୟପଦ୍ଦକୁ କୋର୍ଟ ଅସିଦ୍ଧ ଘୋଷଣା ପରେ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ତାଙ୍କ ସଭ୍ୟପଦ୍ଦକୁ ରଦ୍ଦ କରିଛନ୍ତି। ବ୍ଲକ ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂଙ୍କୁ ନିର୍ବାଚନ ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟୀତ୍ୱରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚିଠି ସଂଖ୍ୟା:୬୧୭ରେ ଜିଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, ସୁବେନ୍ତୀଙ୍କର ୨ରୁ ଅଧିକ ସନ୍ତାନ ଥିବାରୁ ତାଙ୍କ ସଭ୍ୟପଦ ରଦ୍ଦ ପାଇଁ ପ୍ରତିଦ୍ୱନ୍ଦ୍ୱୀ ତାଜୁଙ୍ଗିଆ ସମସତିସଭ୍ୟା ରୁଦା ମଲ୍ଲିକ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ