ଦାରିଙ୍ଗବାଡି ବ୍ଲକ ଖବରଦାତା ଙ୍କ ପିତୃ ବିୟୋଗ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ଏକ ଦୈନିକ ଖବର କାଗଜର ଖବର ଦାତା  ଅରୁଣ କୁମାର ସାହୁ ଙ୍କ ପିତା ପ୍ରଫୁଲ କୁମାର ସାହୁ(୮୨)ଙ୍କର ରବିବାର ଦିନ ତାଙ୍କ ନିଜ ବାସଭବନ ସିମନବାଡ଼ି ଠାରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସମଗ୍ର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିବା ସହ  ବହୁ ଲୋକ ଶୋକ ପ୍ରକାଶ କରିଛନ୍ତି । ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ ଦେବଜାନି ସାହୁ, ସାନ ପୁଅ ଅରୁଣ କୁମାର ସାହୁ,ସାନବୋହୁ ବୈଜୟନ୍ତି, ବଡ଼ ପୁଅ ଅଶୋକ ସାହୁ,ବଡ଼ବୋହୁ ସୁଦେଷ୍ଟା ସମେତ ତିନି ଝିଅ ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ଗ୍ରାମବାସୀ ଙ୍କ ସମେତ ବହୁ ବିଶିଷ୍ଟ ଲୋକ ତାଙ୍କ ଶେଷ ଦର୍ଶନ କରିଥିଲେ । ସିମନବାଡ଼ି ଗାଁ ସ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ