ଦାରିଙ୍ଗିବାଡ଼ିରେ ଖସୁଛି ପାରଦ, ଆଞ୍ଜେଲ ଫାଉଣ୍ଡେସନ ବାଣ୍ଟିଲା ଶୀତବସ୍ତ୍ର ଓ କମ୍ବଳ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ଜାରି ରହିଛି ହାଡ଼ ଭଙ୍ଗା ଶୀତ। ଜନସାଧାରଣ ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଭ୍ୟନ୍ତରୀଣ ଇଲାକାରେ ଶୀତ ଯୋଗୁଁ ବୃଦ୍ଧବୃଦ୍ଧାଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଦାରିଙ୍ଗବାଡ଼ି ବ୍ଲକର ଅସହାୟ ଗରିବ ବୃଦ୍ଧବୃଦ୍ଧାମାନଙ୍କୁ ହାଡ଼ଭଙ୍ଗା ଶୀତ ପ୍ରକୋପରୁ ରକ୍ଷା କରିବା ନେଇ ସହାୟତାର ହାତ ବଢ଼ାଇଛନ୍ତି କଟକ ସ୍ଥିତ ଆଞ୍ଜେଲ ଫାଉଣ୍ଡେସନ। ରବିବାର ଆଞ୍ଜେଲ ଫାଉଣ୍ଡେସନ ତରଫରୁ ଦାରିଙ୍ଗବାଡ଼ି ଅଞ୍ଚଳର ବାଡ଼ାବାଙ୍ଗାଠାରେ ୫୫୦ ଜଣ ଅସହାୟ ଗରିବ ବୃଦ୍ଧବୃଦ୍ଧାମାନଙ୍କୁ ଶୀତବସ୍ତ୍ର ଏବଂ କମ୍ବଳ ବଣ୍ଟନ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଦିନକୁଦିନ ଶୀତର ପ୍ରକୋପ ବୃଦ୍ଧି ପାଉଥିବାବେଳେ ଗତ ୬ଦିନ ଧରି ତୁଷାରପାତ ଜାରି ରହିଥିଲା। ଏଭଳି ପରିସ୍ଥିତିରେ କଟକସ୍ଥିତ ଆଞ୍ଜେଲ ଫାଉଣ୍ଡେସନ ତରଫରୁ ଲୋକଙ୍କୁ ସହାୟତାର ହାତ ବଢ଼ାଇଯାଇଛି। ବାଡ଼ାବାଙ୍ଗା ଅଞ୍ଚଳର ସମାଜସେବୀ ସୁକାନ୍ତ ସାହୁଙ୍କ ସହଯୋଗରେ କଟକ ସ୍ଥିତ ଆଞ୍ଜେଲ ଫାଉଣ୍ଡେସନ ସଂଘର ସଭାପତି ବିଶାଲ ଅଗ୍ରଓାଲ୍, ପ୍ରତିଷ୍ଠାତା ଭିରାନ ସଲୋଟ, ସଦସ୍ୟ ମହୁଲଟାଉଙ୍କ ପ୍ରକାଶବର୍ମା, ବିଷ୍ଣୁ ବର୍ମା, ସଂଜୟ ବର୍ମା, ଅଜୟ ସାହା, ବିଶ୍ୱରଂଜନ ମିଶ୍ର, ପ୍ରକାଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରିଥିଲେ। ବୃଦ୍ଧବୃଦ୍ଧା ଓ ଗରିବଲୋକଙ୍କ ସମେତ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଥିବାରୁ କଟକ ଆଞ୍ଜେଲ୍‌ ଫାଉଣ୍ଡେସନ୍‌ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ