ଦାରିଦ୍ର୍ୟତା ପାଇଁ ଶିଶୁ କନ୍ୟାକୁ ବିକ୍ରି ଘଟଣା ପ୍ରଶାସନିକ ତନାଘନା

ରାୟଗଡ଼ା,(ଦୁର୍ଗା ପ୍ରସାଦ ପାଢ଼ୀ): ଦାରିଦ୍ରତା ପାଇଁ ନିଜ ନିଜର ୯ ଦିନର ଶିଶୁ କନ୍ୟାକୁ ଜନ୍ମ କରିବା ମା ବିକ୍ରି କରିଦେଇଛି। ଯାହାକି ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଏହି ଘଟଣା ଘଟିଛି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ବସ୍ତିରେ। ମାତ୍ର ୨୦ ହଜାର ଟଙ୍କାରେ ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଲା ପାର୍ବତିପୁରମ୍ ଅଞ୍ଚଳରେ ଜଣେ ଦମ୍ପତ୍ତିଙ୍କ ହାତରେ ଟେକିଦେଇଛି ମା। ଏହି ଘଟଣା ଜଣାପଡିବା ପରେ କିଛି ଲୋକେ ଚାଇଲଡ୍ ଲାଇନ୍ ଠାରେ ଅଭିଯୋଗ କରିଥିଲେ । ଖବରପାଇ ଘଟଣାସ୍ଥଳରେ ଶିଶୁ ମଙ୍ଗଳ କମିଟିର ସଦସ୍ୟମାନେ ପହଞ୍ଚି ତଦନ୍ତ କରିଛନ୍ତି। ଏଭଳିକି ବିକ୍ରି ପାଇଁ କୋର୍ଟ ପେପରରେ ଲିଖିତ ଚୁକ୍ତି ମଧ୍ୟ ହୋଇଛି। ଯାହାକି ତଦନ୍ତ ସମୟରେ ନଜରକୁ ଆସିଛି।
ଘଟଣାରୁ ପ୍ରକାଶ ଯେ, ଚଳିତ ମାସ ୩ ତାରିଖ ଦିନ ନୂଆପଡା ବସ୍ତିର କୁମୁଦ ଗାଣ୍ଟା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ମାଁ ଓ ଶିଶୁ ସୁସ୍ଥ ଥିବା ସମୟରେ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ଡିସଚାର୍ଜ କରିଥିଲେ। ପୂର୍ବରୁ ଏକ ଶିଶୁ କନ୍ୟା ରହିଛି ସେମାନଙ୍କ। ଆଉ ଅଭାବ ଭିତରେ ବର୍ତ୍ତମାନ ଆଉ ଏକ ଶିଶୁ କନ୍ୟା ଜନ୍ମ ହେବା ପରେ ଉଭୟ ମା କୁମୁଦ ଗାଣ୍ଟା ଓ ବାପା ରାହୁଲ ଧନବେଡା ଭାଙ୍ଗି ପଡିଥିଲେ । ପୂର୍ବରୁ ଦୁହେଁଙ୍କ ତିନି ବର୍ଷର ଶିଶୁ କନ୍ୟା ରହିଥିବା ବେଳେ ପୂନର୍ବାର ଆଉ ଏକ କନ୍ୟା ଜନ୍ମ ହେବା ପରେ ଲାଳନପାଳନ ପାଇଁ ଚିନ୍ତାରେ ପଡ଼ିଥିଲେ। ଏହାପରେ ମଧ୍ୟସ୍ଥିଙ୍କ ସହାୟତାରେ ଆନ୍ଧ୍ରପ୍ରଦେଶ ରାଜ୍ୟ ମାନ୍ୟମ ଜିଲ୍ଲା ଅନ୍ତର୍ଗତ ପେଦାପେଙ୍କି ଗ୍ରାମର କେ. ରାଜଶେଖରଙ୍କ ହାତରେ ଟେକି ଦେଇଥିଲେ । ତେବେ ଶିଶୁ କନ୍ୟା ପ୍ରଦାନ କରିଦେବା ପରେ ରାଜଶେଖର ଓ ତାଙ୍କ ପତ୍ନୀ ଉଭୟ ମାଁ ଓ ବାପାଙ୍କୁ ମାତ୍ର ୨୦ ହଜାର ଟଙ୍କା ଦେଇଥିଲେ ବୋଲି ଶିଶୁ କନ୍ୟାର ପିତା ରାହୁଲ ଧନବେଡା କହିଛନ୍ତି। ନୂଆପଡା ବସ୍ତିରେ ବାସ କରନ୍ତି ରାହୁଲଙ୍କ ପରିବାର। ରାହୁଲ ଟ୍ରକ୍ ହେଲପର ଭାବେ କାର୍ଯ୍ୟ କରି ମାସିକ ୧୫୦୦ ଟଙ୍କା ରୋଜଗାର କରନ୍ତି। ଏହି ଟଙ୍କାରେ ହିଁ ସେ ପରିବାର ଭୋରଣପେଷଣ କରିଥାନ୍ତି । ରାହୁଲ ଧନବେଡାଙ୍କ ନିଜସ୍ବ ଘର ନଥିବା ବେଳେ ସେ ସରକାରୀ ସହାୟତା ବାବଦକୁ କିଛି ପାଉନଥିବା କହିଛନ୍ତି । ପିଡିଏସ୍ ଚାଉଳ ମଧ୍ୟ ରାହୁଲଙ୍କୁ ମିଳୁନଥିବା ଅଭିଯୋଗ କରିଛନ୍ତି । ତେବେ ସ୍ବଳ୍ପ ରୋଜଗାରରେ ଚଳିବା ମୁସ୍କିଲ ହୋଇପଡିଥିବା ବେଳେ ସେ ନିଜ ସନ୍ତାନକୁ ଅନ୍ୟ ହାତରେ ଟେକି ଦେଇଥିବା କହିଛନ୍ତି । ଗତ ୧୧ ତାରିଖ ଦିନ ଆନ୍ଧ୍ରପ୍ରଦେଶ ରାଜ୍ୟର ରାଜଶେଖର ଦମ୍ପତ୍ତି ନୋଟାରୀ ମାଧ୍ୟମରେ ବୁଝାମଣା କରି ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । କୋର୍ଟ ପେପରରେ ଲିଖିତ ଚୁକ୍ତି ମଧ୍ୟ ହୋଇଛି। ତେବେ ନୋଟାରୀ ମାଧ୍ୟମରେ ବୁଝାମଣା କରି ପୌଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ନିୟମ ନଥିବା ବେଳେ ଦମ୍ପତ୍ତି ଜଣକ ଶିଶୁ କନ୍ୟାକୁ କେମିତି ଗ୍ରହଣ କଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣେ ଅଭିଯୋଗ ଆସିବା ପରେ ଶିଶୁ ମଙ୍ଗଳ କମିଟିର ସଦସ୍ୟ ମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ତେବେ ଦାରିଦ୍ରତା ଯୋଗୁଁ ଶିଶୁ ବିକ୍ରି ହେବା ଘଟଣାକୁ ତଦନ୍ତ କରୁଥିବା କମିଟି ସ୍ବିକାର କରିନଥିବା ବେଳେ ଶିଶୁ ଅନ୍ୟକୁ ହସ୍ତାନ୍ତର କରିବା ବାବଦକୁ ସେମାନେ ୨୦ ହଜାର ଟଙ୍କା ନେଇଥିବା ସ୍ବିକାର କରିଛି କମିଟି। ଘଟଣାଟି ପ୍ରକରିଟ ହେବା ପରେ ଉକ୍ତ ଦମ୍ପତି ଘରକୁ ରାୟଗଡ଼ା ଉପ ଜିଲ୍ଲା ପାଲ କଲ୍ୟାଣୀ ସଂଘ ମିତ୍ରା ଦେବୀଶିଶୁ ସୁରକ୍ଷା ବିଭାଗର ଆଇନ ପରିବେକ୍ଷ ନିରାକାର ପାଢୀ, ଶିଶୁ ମଙ୍ଗଳ କମିଟି ସଦସ୍ୟା ପ୍ରିୟଦର୍ଶିନୀ ମହାକୁଡ, ସତ୍ୟପ୍ରିୟା ପ୍ରଧାନ ପ୍ରମୁଖ ତଦନ୍ତ କରିଛନ୍ତି।ସେହିପରି ଆଜି ରାୟଗଡ଼ା ବିଧାୟକ ଆପଲା ସ୍ବାମୀ କାଦ୍ରକାଙ୍କ ସହ ବିଷମ କଟକ ବିଧାୟକ ନୀଳ ମାଧବ ହିକକା, ଉପସ୍ଥିତ ରହି ଉଭୟ ଦମ୍ପତିଙ୍କୁ ସ୍ଵନ୍ତନା ଦେବା ସହ କିଛି ଆର୍ଥିକ ସହାୟତା ଅନୁଦାନ କରିଥିଲେ। ନିଜ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ଏଭଳିଟି ଘଟଣା ନିଶ୍ଚୟ ଆଗାମୀ ବିଧାନ ସଭାରେ ଉଠା ଇବେ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ