ଦାରିଦ୍ର ଦୁରିକରଣ ଓ ଜୀବିକା ବିକାଶ କ୍ଷେତ୍ରରେ ଉଷଲନୀୟ ସଫଳତା ପାଇଁ ଢ଼େଙ୍କା ପଞ୍ଚାୟତ ସମ୍ବର୍ଦ୍ଧିତ

ହାଟଡିହି, (ବିକାଶ ବିଶ୍ୱାଳ):ଦାରିଦ୍ର ଦୁରିକରଣ ଓ ଜୀବିକା ବିକାଶ କ୍ଷେତ୍ରରେ ଉଲେଖନୀୟ ସଫଳତା ହାସଲ କରି କେନ୍ଦୁଝର ଜିଲ୍ଲାରେ ପ୍ରଥମସ୍ଥାନ ହାସଲ କରିଥିବାରୁ ଢ଼େଙ୍କା ପଞ୍ଚାୟତକୁ ଲୋକସେବା ଦିବସରେ ସମ୍ବର୍ଦ୍ଧିତ କରାଯାଇଛି । କେନ୍ଦୁଝରରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁପଦ ଆଚାର୍ଯ୍ୟ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ ଉପକାର୍ଯ୍ୟନିର୍ବାହୀ ଅଧିକାରୀ ଜୟଶ୍ରୀ ବେଉରା, ପ୍ରମୁଖ ଯୋଗଦେଇ ଢ଼େଙ୍କା ପଞ୍ଚାୟତର ସରପଞ୍ଚ ସୁବାସିନୀ ସେଠୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେଶ ସେଠୀଙ୍କୁ ଏକଲକ୍ଷ ଟଙ୍କାର ଚେକ ସହିତ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପଞ୍ଚାୟତକୁ ଏହି ସମ୍ମାନ ମିଳିବାପରେ ହାଟଡିହି ବ୍ଲକର ବିଡିଓ ବିନିତା ବିଜୟିନୀ ଓ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ପଞ୍ଚାୟତର ସରପଞ୍ଚ ଓ ପିଇଓଙ୍କୁ ଅଭିନନ୍ଦନ ଜଣାିବା ସହିତ ଏହାଦ୍ୱାରା ଅନ୍ୟ ପଞ୍ଚାୟତ ଗୁଡିକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ