ଦାରୁ ପ୍ରାପ୍ତି ସ୍ଥାନରେ ରଥଯାତ୍ରା ଉତ୍ସବ ଶେଷ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦାରୁପ୍ରାପ୍ତି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରଥରେ ନୀତି ପୂଜା ବିଦ୍ଧି ଅନୁଯାୟୀ ରଥଯାତ୍ରା କରାଯାଇଥିଲା । ଘଂଟ ବାଦ୍ୟ ଓ ସଂକିର୍ତନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ଏହାପରେ ଭକ୍ତ ମାନସ ରଞ୍ଜନ ପଟ୍ଟନାୟକ ଛେରା ପହଁରା କରିଥିଲେ । ଏହା ପରେ ପାରମ୍ପରିକ ରୀତି ନୀତି ରଥରେ ପୂଜା କରାଯାଇ ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ । ଭକ୍ତମାନେ ରଥକୁ ଟାଣି ଟାଣି ନିକଟରେ ଥିବା ମାଉସୀ’ମା ମନ୍ଦିର (ମହାବୀର ମନ୍ଦିର) ନିକଟକୁ ଯାଇଥିଲା । ପ୍ରକାଶ ଥାଉକି, ୧୯୯୬ମସିହା ଏପ୍ରିଲ ୭ତାରିଖରେ ଶ୍ରୀକ୍ଷେତ୍ର ନିବାସୀ ବଡ ଠୁକରଙ୍କ ନବକଳେବର ହୋଇଥିଲା । ଶ୍ରୀ ଜଗନ୍ନାଥଙ୍କ ନବକଳେବର ପାଇଁ ଖୋର୍ଧା ଦଧିମାଛ ଗାଡ଼ିଆରୁ ଦାରୁ ଆସିଥିଲା । ୧୬ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧାଠାରୁ ୧୦କିଲୋମିଟର ଦୂର ରହିଛି ଦଧିମାଛ ଗାଡ଼ିଆ । ମା’ମଙ୍ଗଳାଙ୍କ ଦୈୀଶକ୍ତିର ଅପାର କରୁଣାରୁ ଶ୍ରୀଜଗନ୍ନାଥଙ୍କ ଦାରୁ ଦଧଇମାଛ ଗାଡିଆର ମାନସ ରଞ୍ଜନ ପଟ୍ଟନାୟକଙ୍କ ବାଡିପଟ ବିଲହୁଡ଼ାରେ ରହିଥିବା ଦଇତାପତିଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ଏହାପରେ ବନଜାଗ ଦଳ ସେଠାରେ ପହଂଚିଥିଲେ । ସେଠାରେ ଥିବା ନିମ୍ବ ଗଛର ଗୋଲେଇଥିଲା ୧୨ଫୁଟ୍‌, ମୂଳ ଠାରୁ ଶାଖାପ୍ରଶାଖା ମଧ୍ୟରେ ବ୍ୟବଧାନ ରହିଥିଲା ୧୨ଫୁଟ୍ । ଏଥିରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ସ୍ପଷ୍ଟ ଭାବେ ଦେଖା ଦେଉଥିଲା । ବିଭିନ୍ନ ନୀତି ପରମ୍ପରା ପରେ ଦଇତାପତିମାନେ ଏହି ବୃକ୍ଷକୁ ଶ୍ରୀ ଜଗନ୍ନାଥଙ୍କ ଦାରୁ ରୂପେ ଚିହ୍ନଟ କରିଥିଲେ । କାଳକ୍ରମେ ଏହି ସ୍ଥାନରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଲା । ଏଠାରେ ରଥ ଯାତ୍ରା ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ