ଦାର୍ଜିଲିଂରେ ଉଠା କୋକାନୀମାନଙ୍କ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର : ନାସନାଲ ହକର ଫେଡ଼େରେସନ (ଏନ୍.ଏଚ୍.ଏଫ୍), ଆମ୍ବେଦକର ଇନ୍ଷ୍ଟିଚ୍ୟୁଟ ଅଫ ସୋସିଆଲ
ସାଇନ୍ସ ଏବଂ ଏଫ୍ଇଏସ୍ ପକ୍ଷରୁ ଉଠାଦୋକାନୀ ଜୀବିକା ସୁରକ୍ଷା ଓ ପଥର ବିକ୍ରୟ ବିନିମୟ ଆଇନ୍ ୨୦୧୪, ଏହାର ନିୟମାବଳୀ, ଶ୍ରମ
ଆଇନ୍ ଓ ସାମାଜିକ ସୁରକ୍ଷା ନେଇ ଅଗଷ୍ଟ ୧୯ ଓ ୨୦ ଦୁଇଦିନ ଧରି ଜାତୀୟସ୍ତରୀୟ ସେମିନାର ଓ ଆଲୋଚନାଚକ୍ର ଦାର୍ଜିଲିଙ୍ଗଠାରେ
ଅନୁଷ୍ଠିତ ହୋଇଯାଇଛି । ଏନ୍ଏଚ୍ଏଫ୍ର ସର୍ବଭାରତୀୟ ସାଧାରଣ ସମ୍ପାଦକ ଶକ୍ତିମାନ ଘୋଷ ଜାତୀୟ ସ୍ୱାବଲମ୍ବୀ ମୌଳିକ ଅର୍ଥନୀତି,
ବହୁଜାତିକ ପୁଞ୍ଜିର ଆକ୍ରମଣ, ସମସ୍ତ ସମ୍ବଳ ଉପରେ କମ୍ପାନୀମାନଙ୍କ ଅନୁ ୍ରବେଶ ଓ ମାଲିକାନା ଜାହିରି, ପ୍ରାକୃତିକ ସମ୍ବଳର ଅପବ୍ୟବହାର
ଜନିତ ପ୍ରଦୂଷଣ ଓ ଉକ୍ରଟ ଜଳବାୟୁ ସମସ୍ୟା ସୃଷ୍ଟି କରାଇ ୯୯ଭାଗ ମଣିଷଙ୍କୁ ପଙ୍ଗୁ କରି ବିଶ୍ୱ ଧ୍ୱଂସ ଷଡ଼ଯନ୍ତ୍ର କରୁଥିବା ବିଷୟ ଉପସ୍ଥାପନ
କରିଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ସମଗ୍ର ଅସଂଗଠିତ କ୍ଷେତ୍ର ଶ୍ରମିକଶ୍ରେଣୀ ଐକ୍ୟବଦ୍ଧ ସଂଗ୍ରାମରେ ଝାସ ଦେବାକୁ ଆହ୍ୱାନ
ଦେଇଥିଲେ । ଉଠାଦୋକାନୀ ଆଇନ୍ ଦେଶବ୍ୟାପୀ ସରକାର ହିଁ ବିକାଶ ନାମରେ ଅମାନ୍ୟ କରୁଥିବାରୁ ଉଦ୍ବେଗ ପ୍ରକାଶ କରିଥିଲେ ।
ବେଆଇନ୍ ଉଚ୍ଛେଦକୁ ନିନ୍ଦା କରିବା ସହିତ ସରକାରଙ୍କ ଏହି ଆଇନ୍ ବିରୁଦ୍ଧରେ ଦେଶବ୍ୟାପୀ ଆନ୍ଦୋଳନର ଚେତାବନୀ ଦେଇଥିଲେ ।
ଅସାଧୁ କମ୍ପାନୀମାନଙ୍କ ସ୍ୱାର୍ଥରେ ଶ୍ରମ ଆଇନ୍ ସଂଶୋଧନ କରିଥିବାରୁ ଏହା ବିରୁଦ୍ଧରେ ଶକ୍ତିଶାଳୀ ମିଳିତ ଆନ୍ଦୋଳନର ଆହ୍ୱାନ ଦେଇଥିଲେ ।
ଏହି ଆଲୋଚନାରେ ଏନ୍ଏଚ୍ଏଫ୍ର ଅତିରିକ୍ତ ଜାତୀୟ ସାଧାରଣ ସମ୍ପାଦକ ଜୟନ୍ତ ଦାସ, ମହିଳା ସମ୍ପାଦିକା ଅନିତା ଦାସ, ଦେବାଶିଷ
ଦାସ, ଉପସାଧାରଣ ସମ୍ପାଦକ ମେକାଞ୍ଜି ଦାବ୍ରେ, ଉପସଭ।।ପତି ଜମ୍ମୁ ଆନନ୍ଦ, ଗଜନଫର ନୱାବ, ଜାତୀୟ ସମ୍ପାଦକ ପ୍ରତାପ ସାହୁ, ମୁରାଦ
ହୁସେନ, ରବି ଶଙ୍କର ଦ୍ୱିବେଦୀ, ଜିରାର ମହମ୍ମଦ, ସନ୍ଦୀପ ବର୍ମା ଓ ଯୁବାର ପ୍ରକଳ୍ପ ନିର୍ଦ୍ଦେଶକ ଅଙ୍କିତ ଝା ପ୍ରମୁଖ ଅଂଶଗ୍ରହଣ କରି ୧୮
ସେପ୍ଟେମ୍ବର ଦେଶବ୍ୟାପୀ ମହିଳା ପଥ ବିକ୍ରେତାଙ୍କ ଦ୍ୱାରା ଆନ୍ଦୋଳନ, ୨୦ରୁ ୨୭ ସେପ୍ଟେମ୍ବର ଜଳବାୟୁ ପରିବର୍ତ୍ତନ ବିରୋଧୀ ଆନ୍ଦୋଳନ
ଓ ୨୪ ନଭେମ୍ବର ଆନ୍ତର୍ଜାତିକ ପଥ ବିକ୍ରେତା ଉଚ୍ଛେଦ ବିରୋଧୀ ଦିବସ ପାଳନ ପାଇଁ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରିଥିଲେ । ଏଥିରେ ୨୫
ରାଜ୍ୟରୁ ଶତାଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ