ଦାୟିତ୍ଵହୀନତା ଯୋଗୁଁ କୁମୁଳାସିଂ ଗ୍ରାମର ବିଦ୍ୟୁତ୍ ଉପଭୋକ୍ତା ହନ୍ତସନ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କୁମୁଳାସିଂ ଗ୍ରାମରେ ଗତ କିଛି ମାସ ହେଲା ଲଗାତାର ଭାବେ ବିଦୁତ ସରବରାହ ବନ୍ଦ ରହୁଥିବା ଲୋକେ ଅଭିଯୋଗ କରିଛନ୍ତି. ବର୍ତ୍ତମାନର ପ୍ରଚଣ୍ଡ ରୌଦ୍ରତାପରେ ଲୋକେ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଦୀର୍ଘ ସମୟ ଧରି ବିଦୁତ କାଟ ଲୋକଙ୍କ ଜୀବନଜାପନକୁ ବେଶ ଅସ୍ତବ୍ୟସ୍ତ କରିଛି.କୌଣସି କାରଣରୁ ବିଦ୍ୟୁତ୍ ଚାଲିଗଲେ ଘଣ୍ଟା ଘଣ୍ଟା ଧରି ଲୋକେ ହଇରାଣ ହୋଇ ଅନେକ ବିଷମ ପରିସ୍ଥିତିର ସାମ୍ନା କରିଥାନ୍ତି। ସାଧାରଣ ଲୋକଙ୍କୁ ଖାତିରି ନ କରି ନିଜ କାର୍ଯ୍ୟରେ ଅବହେଳା ଓ ବିଦ୍ୟୁତ୍ ସେବା ଅହରହ ପହଞ୍ଚାଇବା ଭଳି ବ୍ୟବସ୍ଥା ରହିଛି.ହେଲେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ର କୁମୁଳାସିଂ ଗ୍ରାମରେ କେବଳ ହିଁ ଏହିପରି ବ୍ୟବସ୍ଥା ନୁହେଁ ରାୟଗଡ଼ ବ୍ଲକରେ ଥିବା ଅନେକ ପାହାଡ଼ିଆ ଆଦିବାସୀ ଅଧୁଷିତ ଦୁର୍ଗମ ଅଞ୍ଚଳର ଗ୍ରାମ ଗୁଡ଼ିକରେ ଏହି ଅବ୍ୟବସ୍ଥା ଦେଖାଯାଉଛି ବୋଲି ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇଛନ୍ତିଯେ, ବିନା ପବନ ଓ ବିନା ବର୍ଷା ବିନା ତୋଫାନରେ ଅଘୋଷିତ ବିଦ୍ୟୁତ କଟ୍ ହୁଏ. ବିଦ୍ୟୁତ୍ ସେବା ଠିକରେ ନ ପାଉଥିବାରୁ ପିଇବା ପାଣି ଠିକରେ ପାଇପାରୁନାହାନ୍ତି. ଗ୍ରାମବାସୀ ଅଶୁଦ୍ଧ ନଳ କୂପ ପାଣିରେ ଭରଷା କରିବାକୁ ପଡୁଛି । ରାୟଗଡ଼ ସେକ୍ସନ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଯେତେ ଗୁହାରି କଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି. ତେବେ ଅନୁମାନ କରି ପାରୁଥିବେ ଯଦି ପଦସ୍ଥ ଅଧିକାରୀ ଲୋକଙ୍କ ପାଇଁ ଏଭଳି ନିଷ୍କ୍ରିୟତା ରହୁଛନ୍ତି ବିଦ୍ୟୁତ ବିଭ୍ରାଟ ଭଳି ସମ୍ବେଦିନଶୀଳ ସମସ୍ୟାରେ ତାଙ୍କର ତଳ ସ୍ତର କର୍ମଚାରୀ କେମିତି କାର୍ଯ୍ୟ କରୁଥ‌ିବେ ଏଥିରୁ ସ୍ପଷ୍ଟ ଅନୁମେୟ. ଏହିପରି ଅବ୍ୟବସ୍ଥା ଯୋଗୁଁ କୁମୁଳାସିଂ ଗ୍ରାମର ଲୋକମାନେ ବିଦ୍ୟୁତ୍ ବିଭାଗକୁ ତୀବ୍ର ନିନ୍ଦା ଓ ସମଲୋଚନା କରିଛନ୍ତି । ତେବେ ବିଦ୍ୟୁତ୍ ବିଭାଗ ଏହି ସମସ୍ଯାର ସମାଧାନ କେବେ କରିବେ ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ