ଦାୟିତ୍ୱ ଗ୍ରହଣ କଲେ ସଂଗ୍ରାମ କେଶରୀ ମହାନ୍ତି
(ଯୁଗାବ୍ଦ ନ୍ୟୁଜ ) ପୁଣି ଜଣେ ଓଡିଆ ଅଫିସର ଙ୍କ ଉପରେ ଭରସା କରିଛନ୍ତି ମୋଦୀ । କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ସିଆରପିଏଫ ର ଓଡିଶା ସେକ୍ଟର ଭୁବନେଶ୍ୱର ର ମୁଖ୍ୟ କାର୍ଯ୍ୟାଳୟର ନୂଆ ପୋଲିସ ମହା ନିରିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସଂଗ୍ରାମ କେଶରୀ ମହାନ୍ତି । ମୟୂରଭଞ୍ଜ ଜିଲା ବାରିପଦା ଅଞ୍ଚଳରେ ଜନ୍ମିତ ଓଡ଼ିଆ ପୁଅ ସଂଗ୍ରାମ ଉକତ୍ଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ। ତଥା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବାହାର ନିରାପତ୍ତା ପାଇଁ ତାଙ୍କୁ ନୂଆଦିଲ୍ଲୀରେ ନିୟୋଜିତ କରାଯାଇଥିଲା। କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳରେ ୧୯୮୬ ବ୍ୟାଚର କ୍ୟାଡର ଅଧିକାରୀ ଭାବେ ସଂଗ୍ରାମ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ସିଆର୍ପିଏଫ୍ରେ ଅତିରିକ୍ତ ଏସ୍ପି ପଦରେ ଯୋଗଦେବା ପରେ ଆଭ୍ୟନ୍ତରୀଣ ସୁରକ୍ଷା ଏକାଡେମୀ, ମାଉଣ୍ଟଆବୁରେ ପ୍ରଶିକ୍ଷଣ ପାଇଥିଲେ।


