ଦାୟିତ୍ୱ ନେଲେ ନବ ନିର୍ବାଚିତ କେନ୍ଦ୍ରାପଡା ନଗରପାଳ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସ୍ୱଚ୍ଛ ଓ ଦୁର୍ନିତୀମୁକ୍ତ ପୌରପାଳିକା ଗଠନ ମୋର ଲକ୍ଷ୍ୟ । କୌଣସି କାର୍ଯ୍ୟରେ ନଗରପାଳ, ପୌର ପରିଷଦ ସଭ୍ୟ, ପୌର ଅଧିକାରୀ କି କର୍ମଚାରୀ କେହି ଲାଞ୍ଚ ନେଇ ପାରିବେ ନାହିଁ । ଯଦି ଏଭଳି କୌଣସି ଅଭିଯୋଗ ମିଳେ ତେବେ ତାହାର ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୁର୍ନିତୀ କ୍ଷେତ୍ରରେ ଶୂନ୍ୟ ସହନଶୀଳନା ନୀତି ଅବଲମ୍ବନ କରାଯିବ ବୋଲି କହିଛନ୍ତି ନଗରପାଳ ସରିତା ସାହୁ । ଶ୍ରୀମତୀ ସାହୁ ବୁଧବାର ନଗରପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଲୋକଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦିଆଯିବ । ଯେକୌଣସି ଲୋକ ସମସ୍ୟା ନେଇ ପୌରପାଳିକାକୁ ଆସିବେ ତାଙ୍କ ସମସ୍ୟାର ସମାଧାନ ସେହିଦିନ ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । କୌଣସି କାର୍ଯ୍ୟ ପାଇଁ ଲୋକଙ୍କୁ ବାରମ୍ବାର ପୌରପାଳିକାକୁ ଦୌଡିବା ଘଟଣାର ପୂର୍ଣ୍ଣଚ୍ଛେଦ ପଡିବ । ଯେଉଁ ବ୍ୟକ୍ତି ଯେଉଁ କାର୍ଯ୍ୟରେ ପୌରପାଳିକାକୁ ଆସିବେ ତାଙ୍କୁ ନ୍ୟାୟ ପ୍ରଦାନ କରାଯିବ । କୌଣସି ବ୍ୟକ୍ତି ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯିବ ନାହିଁ । ସେହିପରି ଯେକୌଣସି ଦଳର ବ୍ୟକ୍ତି ପୌରପାଳିକାକୁ କୌଣସି କାର୍ଯ୍ୟରେ ଆସିଲେ ତାଙ୍କ ସମସ୍ୟାର ସମାଧାନ କରାଯିବ । ଦଳୀୟ ମନୋଭାବ ପୋଷଣ କରାଯାଇ କୌଣସି କାର୍ଯ୍ୟ ପୌରପାଳିକାରେ କରାଯିବ ନାହିଁ । ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା ଅଣାଯିବ । ଯାହା ଫଳରେ ଓଡିଶାର ସର୍ବପୂରାତନ ପୌରପାଳିକା ଭାବେ କେନ୍ଦ୍ରାପଡ଼ା ପୌରପାଳିକାର ଯେଉଁ ଗାରିମା ରହିଛି ତାହା ଅକ୍ଷୂର୍ଣ୍ଣ ରହିବ । ଏକ ସୁବର୍ଣ୍ଣ ପୌରପାଳିକା ଗଠନ କରିବା ମୋର ଲକ୍ଷ ରହିଛି ବୋଲି ଶ୍ରୀମତୀ ସାହୁ କହିଛନ୍ତି । ସେ କହିଲେ ୨୦୧୬ ମସିହାରୁ ପୌର ପରିଷଦ ନ ଥିଲା । କାରଣ କୋର୍ଟ କଚେରୀ ମାମଲାରେ ଛନ୍ଦି ହୋଇଯିବା ଦ୍ୱାରା ନିର୍ବାଚନ ବନ୍ଦ ଥିଲା । ସେବେଠୋରୁ ୱାର୍ଡଗୁଡିକରେ ଜନ ପ୍ରତିନିଧି ନ ଥିଲେ । ଯାହା ଫଳରେ ୱାର୍ଡବାସୀଙ୍କ ସମସ୍ୟା ସମସ୍ୟାରେ ରହି ଯାଉଥିଲା । ଏହି ଅବସରରେ ଶ୍ରୀମତୀ ସାହୁଙ୍କୁ ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ପୂର୍ବତନ ନଗରପାଳ ରୋସ୍ନା ସାହୁ, ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, ୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ନିର୍ମଳା ମହାନ୍ତି, ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି, ୮ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ପୂର୍ବତନ କାଉନସିଲର ଦୁର୍ଗା ପ୍ରସାଦ ପତି, ପୂର୍ବତନ କାଉନସିଲର ଶରତ କୁମାର ବେହୁରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଶିବ ପ୍ରସାଦ ଭଳ, ପ୍ରାକ୍ତନ ନଗର ବିଜେଡି ସଭାପତି ଶ୍ରୀକାନ୍ତ ପଣ୍ଡା, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ବ୍ରହ୍ମାନନ୍ଦ ତ୍ରିପାଠୀ, ବିଜୟ ପତି, ଦେବଦାସ ମହାନ୍ତି, ରେବତୀ ରମଣ ଦାସ, ସେକ. ଇନାୟତ(ଚନ୍ଦନ), ସେକ ନିଆଜ(ମତୁ), ସେକ. ମୋବିନ, ବିଭୁତି ଭୂଷଣ ପଣ୍ଡା, ବିଦ୍ୟୁତ ରଞ୍ଜନ ନାୟକ, ପ୍ରକାଶ ପରିଡ଼ା, ମାନସ ସେଠୀ, ତ୍ରିଲୋଚନ ଦାସ, ରବିନ୍ଦ୍ର ପଣ୍ଡା, ମଧୁସୂଦନ ମହାନ୍ତି, ସ୍ୱୟଂପ୍ରଭା କର, ଜ୍ୟୋତିର୍ମୟୀ ମହାପାତ୍ର, ସନାତନ ସାହୁ, ୨ ନମ୍ବର ୱାର୍ଡର ସ୍ୱାଧୀନ କାଉନସିଲର କାଳୀ ପ୍ରସାଦ ମିଶ୍ର, ଶୁଭଶ୍ରୀ ନିବେଦିତା ସ୍ୱାଇଁ, ରଶ୍ମିତା ସିଂ, ସେକ. ଅସଲମ, ଅଜୟ କୁମାର ମହାନ୍ତି, ସଞ୍ଜୟ ଜେନା, ଅସୀମା ନାୟକ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ନୂଆ ନଗରପାଳଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବଳ ନୂତନ ନଗରପାଳ ଶ୍ରୀମତୀ ସାହୁଙ୍କୁ ପୈାର କାର୍ଯ୍ୟାଳୟର ବିଭିନ୍ନ ବିଭାଗ ବୁଲାଇ ଦେଖାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ