ଦିଗପହଣ୍ଡିରେ ଆଇନଜୀବି ଦିବସ ପାଳିତ
ଦିଗପହଣ୍ଡି, (ୱାଇଏନ୍ଏସ୍): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ମଧୁବାବୁ ଜୟନ୍ତୀ ଅବସରରେ ଆଇନଜୀବି ଦିବସ ପାଳିତ ହୋଇଯାଇଛି।ସଂଘର ପ୍ରାକ୍ତନ ସଭାପତି ରସାନନ୍ଦ ରାଉତ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମାଜିଷ୍ଟ୍ରେଟ ସଞ୍ଜୟ ଶୁଭବ୍ରତ ଆଚାର୍ୟ୍ୟ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ଅମ୍ଳାନ ପ୍ରତିଭା ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ।ଆଇନଜୀବି ପ୍ରଭାକର ରାଉତ,ସୂର୍ୟ୍ୟନାରାୟଣ ସାହୁ,ଅଶେଷ ନାଥ ମିଶ୍ର, ସୁରେଶ ଚନ୍ଦ୍ର ସାହୁ, ହେମନ୍ତ କୁମାର ପାଣିଗ୍ରାହୀ, ରତ୍ନାକର ମେକାପ,ପରେଶ ଚନ୍ଦ୍ର ରଥ,ସତ୍ୟନାରାୟଣ ରଥ,ସନ୍ତୋଷ ସାହୁ,ସୁକାନ୍ତ ପ୍ରଧାନ, ଗିରିଜା ନନ୍ଦନ ରଥ,ମନୋରଞ୍ଜନ ପଣ୍ଡା, ପ୍ରଦୀପ ନାୟକ, ରାଜେନ୍ଦ୍ର ତ୍ରିପାଠୀ,ଲକ୍ଷ୍ମଣ ବେହେରା ପ୍ରମୁଖ ବହୁ ସଂଖ୍ୟକ ଆଇନଜୀବି ଙ୍କ ସମେତ କୋର୍ଟ କର୍ମଚାରୀ ଭିକାରୀ ବେହେରା,କାଳିଆ ନାୟକ, କୋର୍ଟ ଏ ଏସ ଆଇ ଅମୂଲ୍ୟ ମିଶ୍ର ଉପ ସ୍ଥିତ ଥିଲେ। ଶେଷରେ ବିଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।