ଦିଗପହଣ୍ଡିରେ ଆମ ଆଦମୀ ପାର୍ଟି ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଚନ୍ଦ୍ରଚୁଡେଶ୍ବର ଶୈବପୀଠରେ ରବିବାର କାର୍ଯ୍ୟକର୍ତ୍ତା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ତଥା ଆବାହକ ସୁବାଷ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀ ରେ ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ସଂଯୋଜକ ପି . ମନୋଜ କୁମାର ଓ କୁରେଶୁ ମହାରଣା ସଂଯୋଜନା କରିଥିଲେ । ଏଥିସହ ଜିଲା କାର୍ଯ୍ୟକର୍ତ୍ତା ସୁଧୀର ପ୍ରଧାନ , ନିଭସ୍ମିତା ପ୍ରଧାନ , ସି . ପ୍ରିୟଙ୍କା , କୈଳାସ ସେଠୀ , ଆରତୀ ଦେବୀ , ଆଦିତ୍ୟ ନାରାୟଣ ରଥ ମଞ୍ଚାସୀନ ଥିଲେ। ମିଶନ ୨୦୨୪ ନିର୍ବାଚନରେ ନୂତନ ଓଡ଼ିଶା ଗଢିବା ଉଦ୍ଦେଶ୍ୟରେ ନୂତନ ସଂଗଠନ କୁ ଅଧିକ ଦୃଢୀଭୂତ କରିବା ସହ ଶିକ୍ଷା , ସ୍ବାସ୍ଥ୍ୟ , ବିଦ୍ୟୁତ , ପାନୀୟଜଳ ଭଳି ସମସ୍ୟା ଦୂରୀଭୂତ କରିବା ନେଇ ସଭାରେ ସବିଶେଷ ଆଲୋଚନା କରାଯାଇଥିଲା । ଏଥିସହ ଭ୍ରଷ୍ଟାଚାର ମୁକ୍ତ ଶାସନ ବ୍ୟବସ୍ଥା ଲକ୍ଷ୍ଯ ନେଇ ଦଳ ଆଗକୁ ବଢ଼ାଇବା ପାଇଁ ଏଭଳି ପ୍ରୟାସ ଜାରି ରଖାଯିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଥିଲା । ଏହି ସମ୍ମିଳନୀରେ ଦିଗପହଣ୍ଡି ଅଞ୍ଚଳର କିଛି ବ୍ୟକ୍ତି ପାର୍ଟି ରେ ଯୋଗ ଦେଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ମିଳନୀରେ ରମେଶ ଚନ୍ଦ୍ର ବେହେରା ଙ୍କ ସମେତ ବହୁ ଦଳୀୟ କର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।