ଦିଗପହଣ୍ଡିରେ କୋଭିଡ କଟକଣା

ଦିଗପହଣ୍ଡି,(ୱାଇଏନ୍ଏସ୍): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସୋମବାର ଦିଗପହଣ୍ଡି ସହରରେ କୋଭିଡ କଟକଣା ନେଇ ଧରପଗଡ଼କୁ ଜୋରଦାର କରାଯାଇଥିଲା । ସ୍ଵତନ୍ତ୍ର ଅତିରିକ୍ତ ଜିଲାପାଳ ଡ.ଶ୍ଵେତ କୁମାର ଦାସ,ସହକାରୀ ଜିଲାପାଳ କେ.ମାଲେଶ୍ୱର ପାତ୍ର ଦିଗପହଣ୍ଡିରେ ପହଞ୍ଚି ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ଏହି ଚଢାଉ ଧରପଗଡ଼ କରିଥିଲେ । କୋଭିଡ ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରି ଦୋକାନ ଭିତରେ ବହୁ ସଂଖ୍ୟକ ଗ୍ରାହକ ଙ୍କୁ ବସାଇ ବ୍ୟବସାୟ ଚଳାଇଥିବା ବିଭିନ୍ନ ଦୋକାନ ଗୁଡ଼ିକ ଉପରେ ପ୍ରଶାସନିକ ଅଧିକାରୀ ବୃନ୍ଦ ଅତର୍କିତ ଚଢାଉ କରି ସେଗୁଡିକୁ ସିଲ୍ କରିଥିଲେ । ନିୟମ ଉଲ୍ଲଙ୍ଘନ କାରୀ ଦୋକାନୀଙ୍କ ସମେତ ରାସ୍ତାରେ ଯା ଆସ କରୁଥିବା ବହୁସଂଖ୍ୟକ ବାଇକ୍ ଗୁଡ଼ିକୁ ତହସିଲ ଏନ୍ଫୋର୍ସମେଣ୍ଟ ସ୍କୁଆର୍ଡ ଯାଞ୍ଚ୍ କରି ଜରିମାନା ଆଦାୟ କରିଥିବା ଜଣାପଡିଛି । ଏହି ଚଢାଉ ଧରପଗଡ଼ରେ ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ, ଏନ୍ .ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ସମେତ ତହସିଲ ଏନ୍ଫୋର୍ସମେଣ୍ଟ ସ୍କୁଆର୍ଡ଼ର ସଦସ୍ୟ ଫକୀର ମୋହନ ରାଉତ,ଭଗବାନ ପାତ୍ର, ଶ୍ରୀକାନ୍ତ ଦୋରା ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ