ଦିଗପହଣ୍ଡିରେ ନୂଆ ତହସିଲଦାରଙ୍କ ଯୋଗଦାନ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ତହସିଲଦାର ଭାବେ ସନ୍ତୋଷ କୁମାର ସାହୁ ସୋମବାର ଅପରାହ୍ନ ରେ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡ଼ିଛି । ପୂର୍ବରୁ ଏଠାରେ ଥିବା ତହସିଲଦାର ଅନିତା କୁମାରୀ ସାହୁଙ୍କ ବୌଦ୍ଧ ତହସିଲ କାର୍ଯ୍ୟାଳୟକୁ ବଦଳି ହୋଇଯାଇଛି ।  ରାଜ୍ଯ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଭୁବନେଶ୍ବର ଠାରେ ଓଏସଡି ଭାବେ ଦାୟିତ୍ଵରେ ଥିବା ସନ୍ତୋଷ କୁମାର ସାହୁ ଙ୍କୁ  ଦିଗପହଣ୍ଡି ତହସିଲଦାର ଭାବେ ବଦଳି ହୋଇଥିଲା । ନବ ନିଯୁକ୍ତ ଦିଗପହଣ୍ଡି ତହସିଲଦାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଭାରପ୍ରାପ୍ତ ତହସିଲଦାର ଭାବେ ଦାୟିତ୍ବରେ ଥିବା ଦିଗପହଣ୍ଡି ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିବା ଜଣାପଡିଛି । ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ ଙ୍କ ସମେତ  ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ନବାଗତ ତହସିଲଦାରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ