ଦିଗପହଣ୍ଡିରେ ପାରଦ ୪୦ ଡିଗ୍ରୀ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ)ଗତ କିଛି ଦିନ ହେଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତାପମାତ୍ରା ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । ପାରଦ ସାଧାରଣତଃ ୩୮ ଡିଗ୍ରୀ ରହୁଥିବା ବେଳେ ସୋମବାର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ଦେଖିବାକୁ ମିଳିଛି । ମେରୁ ସଂକ୍ରାନ୍ତି ଶେଷ ପର ଠାରୁ କାଳବୈଶାଖୀ ଜନିତ ବର୍ଷା ଝଡ ତୋଫାନ ମଧ୍ୟ ବନ୍ଦ ହୋଇଯାଇଛି । ଫଳରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଉଚ୍ଚ ତାପମାତ୍ରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଥିବା ଦେଖିବାକୁ ମିଳିଛି । ସକାଳ ୧୦ ଘଣ୍ଟ ଠାରୁ ଅପରାହ୍ନ ୫ ଘଣ୍ଟ ଯାଏଁ ଘରୁ ବାବାରକୁ ବାହାରିବା ମୁସକିଲ ହୋଇଯାଉଥିବା ବେଳେ ଜରୁରୀ ସମୟରେ ବାହାରକୁ ଯାଉଥିବା ବାଟୋଇଟିଏ ହନ୍ତସନ୍ତ ହୋଇଯାଉଥିବା ଦେଖିବାକୁ ମିଳିଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ଦୋକାନ ବଜାର ଯାଏଁ ପ୍ରାୟତଃ ଶୁନଶାନ ରହୁଛି । ଚଳିତ ବର୍ଷ ଅପ୍ରେଲ ମାସ ଆରମ୍ଭରୁ ଖରାର ପ୍ରକୋପ ଆରମ୍ଭ ହୋଇଥିଲେ ହେଁ କାଳବୈଶାଖୀ ଜନିତ ବର୍ଷାରେ ଗ୍ରୀଷ୍ମର ପ୍ରକୋପ ସେତେଟା ବାଧିନଥିଲା । ତେବେ ଗତ ୪ ଦିନ ହେଲା ଅହେତୁକ ଭାବରେ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି । ସୋମବାର ପାରଦ ୪୦ ଡିଗ୍ରୀ ଛୁଇଁବା ପରେ ଜନଜୀବନ ଉପରେ ପ୍ରଭାବିତ ପଡିଥିବା ସାଧାରଣର୍ଚ୍ସମାଲୋଚନା ହେଉଛି । ପାଣିପାଗ ବିଭାଗର ସୂଚନା ପ୍ରକାରେ ଚଳିତ ମାସ ଶେଷ ଯାଏଁ ଏହିଭଳି ସ୍ଥିତି ରହିବ । ଫଳରେ ଆଗକୁ ତାପମାତ୍ରା ରେକର୍ଡ ଭାଙ୍ଗିବ ବୋଲି ଆଶଙ୍କା କରାଯାଉଛି । ସେପଟେ ଦିଗପହଣ୍ଡି ମେଡିକାଲରେ ଆଜି ସୁଦ୍ଧା ସ୍ୱତନ୍ତ୍ର ଅଂଶୁଘାତ କକ୍ଷ ଗୋଟିଏ ଖାଲାଯାଇନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ବହୁ ଦାବୀ ଅଭିଯୋଗ କରାଯିବା ପରେ ପ୍ରଶାସନ ପକ୍ଷରୁ ସବୁଠି ନହଲେ ମଧ୍ୟ କିଛି ସ୍ଥାନରେ ଜଳଛତ୍ରର ବନ୍ଦୋବସ୍ତ କରାଯାଇଛି । ତେବେ ଜରୁରୀ କାଳୀନ ସମୟରେ ଯାତାୟତ କରୁଥିବା ପଥଚାରୀଙ୍କ ସୁବିଧା ସୁଯୋଗ ଏବଂ ଜରୁରୀ କାଳୀନ ସ୍ଥିତିରେ ଆଶୁ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ ଟିଏ ଦିଗପହଣ୍ଡି ମେଡିକାଲରେ ସ୍ଥାପନ କରିବା ପାଇଁ ସାଧାରଣରେ ଦାବୀ ହୋଇଛି । ଏନେଇ ଦିଗପହଣ୍ଡି ମେଡିକାଲ ଅଫିସର୍ ଡାକ୍ତର ସୁପ୍ରଭା ସାହୁଙ୍କୁ ପଚରାଯିବାରେ କହିଛନ୍ତି ଯେ, ଅଂଶୁଘାତ ଜନିତ ରୋଗୀ ଆସିଲେ ସେମାନଙ୍କୁ ଚିକିତ୍ସା କରାଯାଇ ଔଷଧ ଉପଚାର କରାଯାଉଛି ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇଛି ହେଲେ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ ନେଇ କୌଣସି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇନଥିବା ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ