ଦିଗପହଣ୍ଡିରେ ବାଚସ୍ପତି ଏବଂ ବ୍ରହ୍ମପୁର ସାଂସଦଙ୍କୁ ଉଚ୍ଛର୍ଶିତ ସମ୍ବର୍ଦ୍ଧନା
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ବିଧାୟକ ତଥା ଓଡ଼ିଶା ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଙ୍କୁ ରବିବାର ଦିଗପହଣ୍ଡି ଠାରେ ବିଜେଡ଼ି ଦିଗପହଣ୍ଡି ନଗର କମିଟି ପକ୍ଷରୁ ଉଚ୍ଛର୍ଶିତ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଦିଗପହଣ୍ଡି ବ୍ଳକ ଅଧିନ ବଡ ଡୁମ୍ବୁ ଳା ପଞ୍ଚାୟତ ଅଧୀନ ବାଗଡ଼ା ଏବଂ ସୁମନ୍ତ ପୁର ଗ୍ରାମ ର ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବାଚସ୍ପତି ଏବଂ ସାଂସଦ ଙ୍କୁ ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ନିକଟ ବିଜେଡ଼ି କାର୍ଯ୍ୟାଳୟ ସମ୍ମୁଖରେ ଦଳୀୟ ନେତୃବୃନ୍ଦ ଉଭୟଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷ ଭି. ରବି ନାରାୟଣ ରାଜୁ, ହୃଦୟ ରଞ୍ଜନ ମେକାପ, ଉପାଧ୍ୟକ୍ଷ ପ୍ରଦୀପ୍ତ କୁମାର ପଟ୍ଟନାୟକ, ଲକ୍ଷ୍ମୀ ନୃସିଂହ ମାର୍ଥା, ଯୁଧିଷ୍ଠିର ସ୍ବାଇଁ, ଚନ୍ଦ୍ରଧ୍ଵଜ ସିଂହ,ଜିତେନ୍ଦ୍ର ମାର୍ଥା,ନିଗମ ପ୍ରସାଦ ପଣ୍ଡା, ଲକ୍ଷ୍ମୀ ନାରାୟଣ ପାଢ଼ୀ,ମାଗି ସେଠୀ,ନୀଳମାଧବ ଗୌଡ, ଶିବଶଙ୍କର ଗୌଡ, ବିନୋଦ ଚନ୍ଦ୍ର ଗୌଡ, ଟୁନା ସେଠୀ ପ୍ରମୁଖ ବହୁ ସଂଖ୍ୟକ ବିଜେଡ଼ି କର୍ମୀ ସମ୍ବର୍ଦ୍ଧନା ସ୍ଥଳରେ ଉପସ୍ଥିତ ଥିଲେ।


