ଦିଗପହଣ୍ଡିରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ଦିଗପହଣ୍ଡି,(‌ୱାଇଏନ୍‌ଏସ୍‌): ଦିଗପହଣ୍ଡି ବ୍ଲକ ବିଜୁ ଜନତାଦଳ ପକ୍ଷରୁ ଶନିବାର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ଯାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ ଅଧ୍ଯକ୍ଷତା କରିଥିଲେ।ଦିଗପହଣ୍ଡି ପଞ୍ଚାୟତ ସମିତି ଚେୟାରମ୍ୟାନ ବିପିନ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସମ୍ପାଦକ ବି.କ୍ରିଷ୍ଣାରାଓ ସୁବୁଦ୍ଧି, ବ୍ଲକ ସରପଞ୍ଚ ସଂଘ ସଭାପତି ହରିବନ୍ଧୁ ରେଡ୍ଡୀ ଏବଂ ବହୁ ଜନପ୍ରତିନିଧି ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରି ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିଲେ।ବିଜୁବାବୁଙ୍କ ପ୍ରତିଭା ଓ ଦକ୍ଷତା ତାଙ୍କୁ ବିଶ୍ବର କୋଣ ଅନୁକୋଣରେ ପରିଚିତ କରାଇ ପାରିଥିବା ବେଳେ ସେ ପ୍ରତିଟି ଓଡିଆଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅର୍ଜନ କରିବାରେ ସକ୍ଷମ ହୋଇଥିଲେ ବୋଲି ମତ ପ୍ରକାଶ ପାଇଥିଲା।ଏଥିରେ କୃଷକ ନେତା ଶମ୍ଭୁ ପଣ୍ଡା, ସରପଞ୍ଚ ଉଷାନ୍ତ ସାହୁ, ରାଧାକାନ୍ତ ମହାଙ୍କୁଡ,ବିଜୟ କୁମାର ପ୍ରଧାନ, ଉମାକାନ୍ତ ବିଷୋୟୀ, ପ୍ରହ୍ଲାଦ ଭୂୟାଁ, ସନ୍ନ୍ୟାସୀ ପ୍ରଧାନ, ବିନୋଦ ବିଷୋୟୀ, ଛାତ୍ର ବିଜେଡି ବ୍ଲକ ସଭାପତି ରାଜକିଶୋର ମହାନ୍ତି, ସମ୍ପାଦକ ବିକ୍ରମ ସିଂଙ୍କ ସମେତ ବହୁ ଦଳୀୟ କର୍ମୀ ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପୁଞ୍ଜିକୟାଁ ଛକଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତୃବୃନ୍ଦ  ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ